ବୋଉ
ବୋଉ
ସକାଳ ସୁରୁଜ ଉଠିବା ଆଗରୁ
ତୁ ସଅଳ ଉଠି ପଡୁ
ଛଡା ପାଣି ମୁନ୍ଦାଏ ପକାଇ
ଦାଣ୍ଡ ଦୁଆର ପରିଷ୍କାର
ପବିତ୍ର ହୋଇଯାଏ
ତୋହରି ହାତର ସ୍ପର୍ଶରେ।।
କେହି ଉଠିବା ଆଗରୁ
ପ୍ରାତଃ ସ୍ନାନ ସମାପନ ହୁଏ ତୋର
ଚଉରାମୂଳେ, ଠାକୁର ଘରେ
ଭଜନ, କୀର୍ତନର ସ୍ୱର
ଘଣ୍ଟ ଆଳତୀ ର ଧ୍ୱନି
ସମସ୍ତଙ୍କୁ ନିଦରୁ ଉଠାଇ ଦିଏ।।
ତୋ ହାତ ତିଆରି ଚା, ଜଳଖିଆ
ସଭିଙ୍କୁ ସୁଆଦିଆ ଲାଗେ
ହାତ ରନ୍ଧା ବଡ଼ି ତରକାରୀ ସାଥେ
କଦଳୀ ଓ ଶାଗ ଭଜା
ମନକୁ ମୋହିଁ ନିଏ
ପାସୋରି ଦିଏ ସହରୀ ଦୁନିଆର
ବଡ ବଡ ରେଷ୍ଟୁରାଣ୍ଟ ର ଖାଦ୍ୟ ।।
ରୋଗ ହେଲେ ରାତି ସାରା
ରହି ଉଜାଗର
ସେବାରେ କେବେ ହୁଏ ନି ଅବହେଳା
ପଥୀ ମୁଣ୍ଡ ଉପରେ ରଖି
ସେମିତି ମୁହଁକୁ ମୋର ରହିଥାଉ ଚାହିଁ।
ସକାଳୁ ସଂଜ ଯାଏ କେବେ
ନ ପଡୁ ତୁ ଥକି
ନିଜ କଥା ପାସୋରି ଦେଇ
ସମସ୍ତଙ୍କୁ ନିଜର କରୁ, ସାଶନ କରୁ
ସ୍ନେହର ଡୋରୀରେ ବାନ୍ଧିରଖୁ
ସେଥିପାଇଁ ସ୍ୱର୍ଗଠାରୁବି ତୋ
ସ୍ଥାନ ଉଚ୍ଚରେ ବୋଉ ।
