STORYMIRROR

PUSPALATA SAHOO

Others

4  

PUSPALATA SAHOO

Others

ବୋଉ

ବୋଉ

1 min
337

ସକାଳ ସୁରୁଜ ଉଠିବା ଆଗରୁ

ତୁ ସଅଳ ଉଠି ପଡୁ

ଛଡା ପାଣି ମୁନ୍ଦାଏ ପକାଇ

ଦାଣ୍ଡ ଦୁଆର ପରିଷ୍କାର

ପବିତ୍ର ହୋଇଯାଏ

ତୋହରି ହାତର ସ୍ପର୍ଶରେ।।

କେହି ଉଠିବା ଆଗରୁ

ପ୍ରାତଃ ସ୍ନାନ ସମାପନ ହୁଏ ତୋର

ଚଉରାମୂଳେ, ଠାକୁର ଘରେ

ଭଜନ, କୀର୍ତନର ସ୍ୱର

ଘଣ୍ଟ ଆଳତୀ ର ଧ୍ୱନି

ସମସ୍ତଙ୍କୁ ନିଦରୁ ଉଠାଇ ଦିଏ।।

ତୋ ହାତ ତିଆରି ଚା, ଜଳଖିଆ

ସଭିଙ୍କୁ ସୁଆଦିଆ ଲାଗେ

ହାତ ରନ୍ଧା ବଡ଼ି ତରକାରୀ ସାଥେ

କଦଳୀ ଓ ଶାଗ ଭଜା

ମନକୁ ମୋହିଁ ନିଏ

ପାସୋରି ଦିଏ ସହରୀ ଦୁନିଆର

ବଡ ବଡ ରେଷ୍ଟୁରାଣ୍ଟ ର ଖାଦ୍ୟ ।।

ରୋଗ ହେଲେ ରାତି ସାରା

ରହି ଉଜାଗର

ସେବାରେ କେବେ ହୁଏ ନି ଅବହେଳା

ପଥୀ ମୁଣ୍ଡ ଉପରେ ରଖି

ସେମିତି ମୁହଁକୁ ମୋର ରହିଥାଉ ଚାହିଁ।

ସକାଳୁ ସଂଜ ଯାଏ କେବେ

ନ ପଡୁ ତୁ ଥକି

ନିଜ କଥା ପାସୋରି ଦେଇ

ସମସ୍ତଙ୍କୁ ନିଜର କରୁ, ସାଶନ କରୁ

ସ୍ନେହର ଡୋରୀରେ ବାନ୍ଧିରଖୁ

ସେଥିପାଇଁ ସ୍ୱର୍ଗଠାରୁବି ତୋ

ସ୍ଥାନ ଉଚ୍ଚରେ ବୋଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍