ବୋଉ
ବୋଉ
1 min
194
ତୋ ମୁହଁରେ ଭରିଥିଲା ହସ
ଦିନେ ମୋ କୁଆଁ କୁଆଁ କାନ୍ଦ
ଜାଣିନି କେମିତି ପୂଜିବି ତୋ ପାଦ
ନାହିଁ ମୋର ସେ ସାହସ |
କେଉଁଠୁ ଖୋଜିବି ମୁଁ ସୁଖ
ତୋ ପଣତେ ରଖିଛୁ ଲୁଚାଇ
ଝଡି ଝଡି ପଡେ ମୋ ଦୁଃଖ
ଗୋଟି ଗୋଟି କରି ସ୍ନେହ ଦେଉ ଝରାଇ |
କେଉଁ ମନ୍ଦିରରେ ତୋତେ ରଖି ପୂଜିବି
କେଉଁ ମନ୍ତ୍ର ତୋ ଆଗେ ଗାଇବି
ସବୁ ଦାନ କରି ହୋଇଯାଉ ନିଶ୍ବ
ତୋ ବିନା ଅଚଳ ଏ ବିଶ୍ୱ |
ତୋ ପଡେ ଢ଼ାଳିବାକୁ ଭକ୍ତି
ନାହିଁ ମୋ ପଡେ ସେ ଶକ୍ତି |
