ବୋଉ
ବୋଉ
1 min
409
ବୋଉ ଟି ମୋହର କେଉଁ ଧାତୁ ଗଢା
ପାରେ ନାହିଁ ମୁହିଁ ଜାଣି
ତାହାରି ଋଣକୁ ସାତ ଜନମରେ
ଶୁଝି କେ ପାରିବ ଜାଣି।
ଓଠରୁ ତାହାର ଝରୁ ଥାଏ ସଦା
ହସର ମଧୁର ଧାର
ରାଗ ରୋଷ କେବେ ଦେଖି ନି ତାହାର
ମୁଁହଟି ସୁନ୍ଦର ତାର।
ସଭିଙ୍କ ର ରାଗ ଅଭିମାନ କୁ ତ
ହସରେ ଦିଅଇ ଭରି
ସଭିଙ୍କ ଓଠରେ ହସ ଢାଳି ଦେଇ
ନିଏ ସେ ଆପଣା କରି।
ଲୋଟଣି ପାରା ପରି ରହିଥାଏ ସେ
ଦିନ ରାତି ଖଟୁ ଥାଏ
ସକାଳୁ ରୁ ରାତି ଖଟି ଖଟି ସିଏ
ସୁଖ ଦୁଃଖ ଭୁଲି ଥାଏ।
କହନି କେବେ ସେ ନିଜର ଦୁଃଖକୁ
ହୃଦୟେ ଦୁଃଖ କୁ ଚାପି
ଆମ ସୁଖ ପାଇଁ ମନ୍ଦିରର ବସି
ତାଙ୍କ ନାମ ଧରି ଜପି।
ଏତିକି ମିନତି ମୋର ଇଶ୍ଵର ଙ୍କ ପାଶେ
ପ୍ରତି ଜନମରେ ହେଉ
