STORYMIRROR

Sandhyarani dash

Others

4  

Sandhyarani dash

Others

ବୋଉ

ବୋଉ

1 min
413

ବୋଉ ଟି ମୋହର କେଉଁ ଧାତୁ ଗଢା

ପାରେ ନାହିଁ ମୁହିଁ ଜାଣି

ତାହାରି ଋଣକୁ ସାତ ଜନମରେ

ଶୁଝି କେ ପାରିବ ଜାଣି।

ଓଠରୁ ତାହାର ଝରୁ ଥାଏ ସଦା

ହସର ମଧୁର ଧାର

ରାଗ ରୋଷ କେବେ ଦେଖି ନି ତାହାର

ମୁଁହଟି ସୁନ୍ଦର ତାର।

ସଭିଙ୍କ ର ରାଗ ଅଭିମାନ କୁ ତ

ହସରେ ଦିଅଇ ଭରି

ସଭିଙ୍କ ଓଠରେ ହସ ଢାଳି ଦେଇ

ନିଏ ସେ ଆପଣା କରି।

ଲୋଟଣି ପାରା ପରି ରହିଥାଏ ସେ

ଦିନ ରାତି ଖଟୁ ଥାଏ

ସକାଳୁ ରୁ ରାତି ଖଟି ଖଟି ସିଏ

ସୁଖ ଦୁଃଖ ଭୁଲି ଥାଏ।

କହନି କେବେ ସେ ନିଜର ଦୁଃଖକୁ

ହୃଦୟେ ଦୁଃଖ କୁ ଚାପି

ଆମ ସୁଖ ପାଇଁ ମନ୍ଦିରର ବସି

ତାଙ୍କ ନାମ ଧରି ଜପି।

ଏତିକି ମିନତି ମୋର ଇଶ୍ଵର ଙ୍କ ପାଶେ

ପ୍ରତି ଜନମରେ ହେଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍