STORYMIRROR

Niranjan Sahu

Others

4  

Niranjan Sahu

Others

ବୋଉ

ବୋଉ

1 min
390

ବୋଉ ଡାକ ନୁହେଁ ଛୋଟିଆ ଡାକଟେ    

        ବୁଝିବା ବ୍ୟକ୍ତି ହିଁ ବୁଝିବ

ଯେଉଁଦିନ ବୋଉ ଡାକ ବୁଝିଗଲା

        ଜୀବନ ସାର୍ଥକ ହୋଇବ ।


ଏଇଦୁନିଆଁ କୁ ଦେଖେଇଲା ଯିଏ

       ଦସମାସ ଗର୍ଭେ ଧରି

ନିଜ ଖିର ଦେଇ ବଡ଼ କରାଇଲା

        ଲାଳନ ପାଳନ କରି

ଏଇ ସଂସାରରେ ଯେତେ ବି ଅଛନ୍ତି

       କେହିନୁହେଁ ତାହା ପରି ।


ବୋଉ ବୋଉ ବୋଲି ଥରେ ଡାକିଦେଲେ

         ମନରେ ଜୋ ଶାନ୍ତି ମିଳେ

କହିପାରିବ କି ଆହେମୋର ବନ୍ଧୁ

        ଆଉ କେଉଁଥିରେ ମିଳେ,?


ବୋଉ ସିନା ଦେଖେ ପୁଅର ପେଟକୁ

       ଆଉ କିଛି ଦେଖେନାହିଁ

ସନ୍ତାନର ପେଟ ପୁରିଯାଇଥିଲେ

       ଆଉ କିଛି ଚାହେଁ ନାହିଁ

ତେଣୁକରି ବୋଉ ଜଗତ ଭୂଷଣ

       ଆଉକେ ତାପରି ନାହିଁ ।


ବୋଉ ଡାକ ଗୋଟେ ଏମିତି କା ଡାକ

         ଶବ୍ଦ ନାହିଁ କହିବାକୁ

କେଡେ କେଡେ ଜ୍ଞାନୀ ଅବା ମହାଜ୍ଞାନୀ

          ହାରିଛନ୍ତି ବୁଝିବାକୁ ।


ଶବ୍ଦ ଗ୍ରନ୍ଥରେ ଯେତେ ଅଛି ଶବ୍ଦ

     ବୋଉ ଶବ୍ଦ ଅଟେ ନିଆରା

ବୋଉ ବିନା ଏଇ ଦୁନିଆରେ ସବୁ

      ହୋଇଯିବେ ବେସାହାରା ।


ଖୁସିରେ ଯଦି ରହିବାକୁ ଚାହଁ

     ମୋର ଅନୁରୋଧ ରଖିବ

ବୋଉ ର ସେବା ଯଦି କରିପାର

       ସୁନାର ସଂସାର ଗଢ଼ିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍