STORYMIRROR

Debabrata Mishra

Others

4  

Debabrata Mishra

Others

ବୋଉ ଅଛି

ବୋଉ ଅଛି

1 min
193

ବୋଉ ଅଛି ତ... 

ଅଛି ସାରା ସଂସାର ସହ ଲଢିବାର ଶକ୍ତି

ସେ ହିଁ ତ ଦେବୀ ସେ ହିଁ ଧରିତ୍ରୀ

ତେଣୁ ମନରେ ସ୍ନେହ ଶ୍ରଦ୍ଧା ଆଉ ଅଛି ଭକ୍ତି

ତା ଠାରୁ ହିଁ ଶିକ୍ଷା ସେ ହିଁ ତ ଗୁରୁ

ବୁଦ୍ଧି ଅଛି ଅଜ୍ଞାନ ହେଲେ ବି ଜ୍ଞାନ ଅଛି

ଅଛି ଅଦମ୍ୟ ସାହସ ଧୈର୍ଯ୍ୟ, 


ବୋଉ ଅଛି ତ... 

ଅଛି ଉତ୍ସବର ମହତ୍ୱ ଓ ପାର୍ବଣ ଆନନ୍ଦ

ମନରେ ଅସୁମାରୀ ଆଶା ଓ ସ୍ୱପ୍ନ ଅଛି

ତା କୋଳ ଅଛି ଅତୁଲ୍ୟ ଶାନ୍ତି ଅଛି

ଅଛି ଜୀବନକୁ ଜୀଇଁବାର ଅସୀମ ଇଛା

ଫୁଲ ଖରା ବର୍ଷା ଓ ଅଛି ଶୀତ

ଆଉ ମାଟି ନିଆଁ ପବନ ହାତ ମାରିବା ମନ ଅଛି

ଅଛି ଅଳି, ରାଗରୁଷା ଓ ଅଭିମାନ, 


ବୋଉ ଅଛି ତ... 

ସୁଯୋଗ ଅଛି ପଣତ କାନିରେ ମୁହଁ ପୋଛିବାର

ଝାଳବୁହା ଦେହ କୋଳେ ବିଶ୍ରାମର

ଅଛି ତାର ହାତରନ୍ଧା ସୁସ୍ୱାଦୁ ପୀୟୂଷ ବ୍ୟଞ୍ଜନ 

ଯେତେ ରୋଗ ହେଲେ ବି ମନଟା ନିର୍ଭୟ

ସକାଳ ହୋଇଗଲେ ସୂର୍ଯ୍ୟ ଉଇଁଲେ

ଅଛି "ଉଠି ଯା ଧନ ଖରା ଆସିଲାଣି" ଡ଼ାକ

ଅଛି ସମ୍ପର୍କର ମାଧୁର୍ଯ୍ୟ ଜୀବନ ଅଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍