STORYMIRROR

Bunee Tripathy

Others

4  

Bunee Tripathy

Others

ବୋଝ

ବୋଝ

1 min
201

ପାଦ ମୋର ଟଳମଳ

ପାରୁ ନାହିଁ ଚାଲି

ତା ସାଙ୍ଗକୁ ମୁଣ୍ଡରେ ମୋ

ବୋଝର ଅର୍ଗଳି ।


ଗରିବ ବାପୁଡା ନାହିଁ ପେଟେ ଦାନା

ଖାଇବାକୁ ଦିଅନାହିଁ ଦିଅ ନିର୍ଯ୍ଯାତନା

ଯାହା ପାଖେ ଅଛି ଧନ ବୋଲାଏ ମୁନିବ

ଆମେ ସବୁ ତା ଆଗରେ ପୋକଠାରୁ ହୀନ ।


ବୋଝର ଭାରରେ ନଇଁ ପଡେ ଅଣ୍ଟା

ପାରେନି ସଳଖି ଗରିବ ବାପୁଡା

ବେକେ ବନ୍ଧା ତାର କୁଟୁମ୍ବ ଯେ ଚାରି

ବୋଝ ଉପରେ ଯେ ଲଳିତାର ବିଡା ।


ବୋଝ ନୁହେଁ ସେତ ଅଭିଶାପ ପରା

ଗରିବ ଜନମ ନର୍କ କୀଟ ପରା

କେଉଁ ଜନମର ପାପ ବୋଲି ସେତ

ଏ ଜନମେ ଲଦା ବୋଝ ଉପହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍