STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ବୋଝ

ବୋଝ

1 min
218

କେତେ ଆଉ ବୋହିବି ମୁଁ ସଂସାରର ବୋଝ

ବୋଝ ବୋହି ପିଠିରେ ମୋ ଓଟ ସମ କୁଜ

ଡାକେ ଅନ୍ତିମ ବେଳାରେ 

ସାହା ହୁଅ ଏ ବେଳରେ ଆହେ ବ୍ରଜରାଜ ।।


ମା଼ୟା ସଂସାରର ବୋଝ ନୁହଁଇ ସହଜ

କେତେ ଯେ ବାଧା ବନ୍ଧନ ଭାଙ୍ଗିଯାଏ ଧୈର୍ଯ୍ୟ

ତଥାପି ମୁଁ ଚାଲିଥାଏ

ମୁଣ୍ଡରେ ମୁଣ୍ଡେଇ ଚାଲେ ବୋହି ମାୟା ବୋଝ ।।


ହିଂସା ପ୍ରତିହିଂସା ରାଗ ରୋଷ କ୍ଷଭୋ ପରି

ଭାର ସେ ବୋଝରେ ବୋହି ଆୟୁ ଯାଏ ସରି

କାହିଁ ଶାନ୍ତି କାହିଁ ସୁଖ

କେହିନାହିଁ ଏଇ ସଂସାରେ ଦୁଃଖି ମୋପରି ।।


ବହୁ କୁଟୁମ୍ବର ସଂସାର ଭିତରେ ଘର

ମୁଣ୍ଡାଇ ଦେଇଛ ଅନେକ ବୋଝର ଭାର 

କିଏ ନିଜ କିଏ ପର

ସ୍ଵାର୍ଥାନ୍ଧ କବଳେ ଜୀବନ ହୁଏ ଅସାର ।।


ସବୁଠାରୁ ବଡ଼ ବୋଝ ମୁଁ ମୋର ମମତା

ପୁତ୍ର କନ୍ୟା ପତ୍ନୀ ଘର ମୁଁ ମୋର କ୍ଷମତା

ସୁଖ ଦୁଃଖର ବୋଝ

ବୋହିଛି ମୁଣ୍ଡେ କେତେ ଚିନ୍ତା କେତେ ହିନସ୍ତା ।।


ଲୋଡା ନାହିଁ ସ୍ଵାମୀ ମିଛ ମାନ ଅଭିମାନ

ତୁମ ନିର୍ଦ୍ଦେଶ ଯଦି ବୋଝ ବୁହା ମୋ କାମ

ଜୀବନ ହେଉ ସାର୍ଥକ

ବୋଝ ବୋହି ତୁମ ନାମ ଧ୍ୟାୟୀ ଯାଉ ପ୍ରାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍