STORYMIRROR

Tankadhar Majhi

Others

3  

Tankadhar Majhi

Others

ବୋଝ

ବୋଝ

1 min
44

ମୋ ଉପରେ ଅନେକ ବୋଝ 

ତୁମ ଉପରେ ବି କେତେ ବୋଝ

ଝାଡି଼ କି ଫିଙ୍ଗିଦେଇ ବି ହେଉନି ।

ଏତେ ଓଜନ ବଢି ଯାଇଛି ଯେ

କାହା ଉପରେ ଲଦିଦେବା ଅସହଜ

ମୋ ବୋଝ କାହା ପିଠିରେ ଲଦିବି?

ତୁମ ବୋଝ ତୁମେ ବୋହି ପାରୁନ

ତୁମେ ବୋହିଥିବା ବୋଝ ଭାରି

ନା ମୋ କାନ୍ଧରେ ଥିବା ବୋଝ ଭାରି ।

ବୋଝ ସଭିଙ୍କ କାନ୍ଧ ଆଉ ମୁଣ୍ଡରେ

କିଏ ପୁଅ ଆଉ କିଏ ଝିଅ ବୋଝରେ

ପଡ଼ୋଶୀ ତ ଭୋକ ବୋଝରେ କୁଜ୍ଜ 

ବୃଦ୍ଧ ବୟସ ବୋଝରେ କ୍ଷୀଣ 

ଗରୀବି ବୋଝରେ ପରଘରେ ମୂଲିଆ

ଯେ ଯାଏଁ ବୋଝକୁ ଓଜନ ଭାବିବ

ସେ ଯାଏଁ ବୋଝର ବିଳାପ ଶୁଭିବ

ଜୀବନ ବୋଝ ସଭିଙ୍କ କାନ୍ଧରେ ଅଛି

କିଏ ବୋଝ ଉଠାଇବାକୁ ଆସିବେନି ଏଠି

ନିଜ ବୋଝକୁ ନିଜେ ଉଠାଇବାକୁ ହେବ

ହସିବାକୁ ହେବ କାନ୍ଧରେ ବୋଝ ବୋହି 

ତେବେ ହିଁ ବୋଝ ମାମୁଲି ମନେ ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍