ବୋଇତ ବନ୍ଦାଣ
ବୋଇତ ବନ୍ଦାଣ
1 min
536
କୁମାରପୁର୍ଣ୍ଣିମା ବାସି ଦିନଠାରୁ
ଆରମ୍ଭ କଲେ ନରନାରୀ କାର୍ତ୍ତିକ ଓଷା
କାର୍ତ୍ତିକ ଶେଷରେ ସଭିଏଁ ହରଷେ
କଦଳୀ ପାଟୁଅରେ କଲେ ବୋଇତ ଭସା ॥
ସାଧବ ପୁଅଙ୍କ ଶୁଭ ମନାସିଲେ
ପରଂପରା ସଂସ୍କୄତି ବଜାୟ ରଖି
ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ
ସୋଲଡଙ୍ଗା ଠାରୁ ଫେରାଈଲେ ଆଖି ॥
ପ୍ରଭାତରୁ ଉଠି ସାନରୁ ବଡ ସମସ୍ତେ
ପ୍ରବେଶିଲେ ମନ୍ଦିର ଦ୍ବାରରେ
ଆର ବରଷକୁ ଆସିବ କାର୍ତ୍ତିକପୁର୍ଣ୍ଣିମା
ଛଞ୍ଚା ଟେକିଲେ ବ୍ରାହ୍ମଣ ହାତରେ ॥
ବିନା ପିଆଜ ରସୁଣ ଖାଇ କରିଥିଲୁ
କାର୍ତ୍ତିକ ମାସ ଆମ ଧରମ ମାସେ
ଛାଡଖାଇ ପାଇଁ ପ୍ରସ୍ତୁତିକରଣ ଚାଲିବ
ଭୋଜି ଖାଈବେ ଗାଁସାରା ହରଷେ ॥
