ବୋହୂ
ବୋହୂ
ମୋ ଶଶୁର ଘରେ, ବୋହୂଟିଏ ମୁହିଁ,
ଝିଅ ଥିଲି ବାପା ଘରେ ।
ଝିଅ ଜନ୍ମ ଥିଲା, ପର ଘରକୁ ଯେ,
ଚାଲି ଅଛି ଯେ ସଂସାରେ ।।
ଝିଅ ଥିଲି ମୁହିଁ, ମୋ ଜନ୍ମ ଭୂମିର,
ଥିଲା ମୋର ସ୍ୱାଭିମାନ ।
ନଥିଲା ଭାବନା, ନଥିଲା ଯାତନା,
ସୋଇ ଯାଏ ଦିନମାନ ।।
ବାପା ଦେଇଥାନ୍ତି ଯାହା ଇଛା କରେ,
ସଉକିନି ବସ୍ତୁ ମୋର ।
ମଳିନ ଦେଖିଲେ, ମୋ ମୁଖର କ୍ରାନ୍ତି,
ବାପା ହୁଅନ୍ତି ଆତୁର ।।
ବୁଝାଇ ଥାଆନ୍ତି, କୋଳରେ ବସାନ୍ତି,
ବାନ୍ଧନ୍ତି ସ୍ନେହର ଡୋର ।।
ରୋସିଥିଲେ ମୁହିଁ, ରାଗିଥିଲେ ମୁହିଁ,
ମନାଇ ଥାଏ ମୋ ମାଆ ।
ଗେହ୍ଲା ଆଦରରେ, କେତେ ଲାଞ୍ଚ ଦେଇ,
ନଖାଇ କୁହନ୍ତି ଖାଆ ।।
କେତେ ଗେହ୍ଲା ଆଉ, କେତେ ଆଦରରେ,
ଜନ୍ମରୁ ବଢ଼ାଇ ମୋତେ ।
ଆଜି ପର କରି, କରି ଦେଲେ ବିଦା,
ବୋହୂ ହେବା ଥିଲା ହାତେ ।।
ଗୃହ ଲକ୍ଷ୍ମୀ ମୁହିଁ, ମୋ ଶଶୁର ଘରେ,
ଶାନ୍ତ ସିଷ୍ଟ ମୋର ବର ।
ଶାଶୁ ଶଶୁର ମୋ, ଅତି ଆପଣାର,
ଭକ୍ତି ଥାଉ ନିରନ୍ତର ।।
ସହି ଯାଏ ମୁହିଁ, କରିଯାଏ ମୁହିଁ,
ସବୁରି ମନକୁ ନେଇ ।
ତେଣୁ ପରା ମୁହିଁ, ସୁନା ବୋହୂ ଅଟେ,
ସଂସ୍କାରି ହୋଇବା ପାଇଁ ।।
