STORYMIRROR

Kali Kumar

Others

3  

Kali Kumar

Others

ବନ୍ୟା

ବନ୍ୟା

1 min
319

ଆସୁଛି ଆସୁଛି

        ଛାଡ଼ିଣ ରଡ଼ି,

ଗାଆଁ ଗଣ୍ଡା ଦାଣ୍ଡ

         ଯିବ ଯେ ବୁଡ଼ି ।୧।

କ୍ଷଣିକେ ଭାସିବ

         ଜୀବନ କେତେ,

ଜଳମଗ୍ନ ହେବ

          ସବୁ ତୁରିତେ ।୨।

ପାହାଡ଼ ପର୍ବତ

         ନଦୀକୁ ଡେଇଁ,

ଜନପଦ ଆଡ଼େ

         ଆସେ ମୁହାଁଇ ।୩।

ଉତ୍ଫୁଲିତ ବକ୍ଷେ

         ପ୍ରତାପୀ ଜଳ,

କୂଳ ଲଙ୍ଘିବାକୁ

        ସଞ୍ଚଇ ବଳ ।୪।

ବିପଦ ସଂକୁଳେ

        ବୁଡ଼ିବ ସବୁ,

ସମ୍ପଦ ଆପଦୁ

       ହାତ ଧୋଇବୁ ।୫।

ଗୋରୁଗାଈ ଛେଳି

        ମଣିଷ ହେଲା,

କରେନା ବିଚାର

        ସେଏଟି ଭଲା ।୬।

ସଭିଁକୁ ଏକରେ

        ମଣଇ ସିଏ,

ଏକା ସଂଗେ ସଭେଁ

       ଭସେଇ ନିଏ ।୭।

ସବୁଜ ରଙ୍ଗର 

       ଫସଲ କ୍ଷେତ,

ଧୂସର ସାଜିବ

        ପଡ଼ି ପରସ୍ତ ।୮।

ଚାଷୀ ଭାଇଙ୍କର 

         ସପନ ଯେତେ,

ପାଣିରେ ମିଶିବ 

         ସବୁରି ଅନ୍ତେ ।୯।

ଗାଡ଼ିଆ ପୋଖରୀ

        ଖଣା ଖଳାରେ,

ମୀନଏଁ ଖେଳିବେ 

        ବନ୍ୟା ପାଣିରେ ।୧୦।  

ଆସୁଛି ଆସୁଛି

        ଛାଡ଼ିଣ ରଡ଼ି,

ଗହ୍ୱର କନ୍ଦର

        ପର୍ବତ ଛାଡ଼ି ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍