STORYMIRROR

Banasmita Panda

Others

3  

Banasmita Panda

Others

ବଞ୍ଚିବାର ଅଭିଳାଷ

ବଞ୍ଚିବାର ଅଭିଳାଷ

1 min
194


ମୋ ପାଇଁ ଗୋଟେ

ନେଲକଟର ଆଣିବ

ଅତୀତର ହାତରେ

ଭୁଲ କରିଥିବା

କିଛି ମୁହୂର୍ତ୍ତ ଗୁଡିକ

କାଟିବାକୁ ଚାହେଁ !!

ମୋ ପାଇଁ ଗୋଟେ

କଇଁଚି ଆଣିବ

ବିତିଯାଇଥିବା କାଲି ହାତରେ

ଘଟିଯାଇଥିବା ପୁସ୍ତକରୁ

କିଛି ସମୟ କାଟିବାକୁ ଚାହେଁ

ତାକୁ ଆଣି

ପୁନର୍ବାର ଆଜିରେ

ଯୋଡିବାକୁ ଚାହେଁ

ପିଲାଦିନ ଗୁଡିକ

ପୁଣି ବଞ୍ଚିବାକୁ ଚାହେଁ !!

ମୋ ପାଇଁ ଗୋଟେ

ଲିପଷ୍ଟିକ ଆଣିବ

ଭାବନା ରାଇଜର

ସ୍ୱପ୍ନ ଗୁଡିକରେ

ଲାଲ ରଙ୍ଗ ଭରି ଦେବାକୁ ଚାହେଁ  

ରଙ୍ଗୀନ ହୋଇ ଉଠିବ ଯେପରି ଏ ଜୀବନ !!

ମୋ ପାଇଁ ଗୋଟେ

ହାତର ମେହେନ୍ଦି ଆଣିବ 

ସଜ ସଜ ହାତ 

ବର୍ଷାର ଆଗମନରେ

କ୍ଷେତର ସବୁଜତା ପରି

ହୃଦୟର ପ୍ରତିଟି କୋଣରେ

ବିଛୁରିତ କରି ଦେବାକୁ ଚାହେଁ

ସେ ସୁନ୍ଦର ସ୍ମୃତି ଗୁଡିକ

ପୁଣି ବଞ୍ଚିବାକୁ ଚାହେଁ !!

ମୋ ପାଇଁ ଟିକେ

କଜଳ ଆଣିବ 

କଳା ଟିପା ଦେଇ ଦେବାକୁ ଚାହେଁ

ଭାଗ୍ୟରେ ଥିବା ସମସ୍ତ ଖୁସିକୁ

ଖୁଵ ଅନୁଭବ କରିବାକୁ ଚାହେଁ 

ବଞ୍ଚିବାକୁ ଚାହେଁ 

ସେ ସମୁଦ୍ରରେ ବୁଡି ଯିବାକୁ ଚାହେଁ !!

ତୋର ପ୍ରତିଟି ସୁନ୍ଦରତା 

ତିଳ ତିଳ କରି ମୋତେ କଷ୍ଟ ଦିଏ

ତୁମର ଅନୁପସ୍ଥିତି  

ମନରେ, ମସ୍ତିଷ୍କରେ ତୁମେ 

ମୋତେ ଆକର୍ଷିତ କରେ

ତୋର ପ୍ରତିଟି ମୁହୂର୍ତ୍ତ କୁ

ପ୍ରତ୍ୟେକଟି ଶୃଙ୍ଗାର ଦେଇ

ସଜ୍ଜିତ କରିବାକୁ ଚାହେଁ

ଏ ଜୀବନ

ମୁଁ ତୋତେ ବଞ୍ଚିବାକୁ ଚାହେଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍