STORYMIRROR

Bunee Tripathy

Others

4  

Bunee Tripathy

Others

ବଞ୍ଚିବାକୁ ଚାହେଁ

ବଞ୍ଚିବାକୁ ଚାହେଁ

1 min
342

ମୁଁ ଏକ ଅଭିସପ୍ତା

ଭିନ୍ନ ଦ୍ବୀପର ନାୟିକା

ପାପ କରେ କି ନକରେ

ମୁଁ କିନ୍ତୁ ପାପିନୀ

ମୁଁ ଏକ କଳଙ୍କିତ ଇତିହାସ

ମୋ ଅତୀତ ଥାଉ କି ନଥାଉ

ମୁଁ ସାଜେ ଚରିତ୍ରହୀନା

"ଚରିତ୍ର"ର ପ୍ରତିଶବ୍ଦ

କେହି ଜାଣୁ ବା ନଜାଣୁ

ଅନ୍ଯକୁ କହିବାକୁ

ପ୍ରତିମୂହୁର୍ତ୍ତରେ ଲାଗିଯାଏ ଧାଡି।


ଜୀବନକୁ ଚିହ୍ନିବା ଆଗରୁ

ଅନେକ ଉପାଧିରେ ଭୂଷିତା

କାହିଁକି ଝିଅଟିଏ ପାଇଁ

ଏତେ ହୀନମନ୍ଯତା ?

ନାରୀ ତ ଜାୟା,ଜନନୀ, ଭଗନୀ

ପ୍ରତିଟି ପାହାଚେ

ପୁରୁଷର ଚାହିଁଥାଏ ଖୁସି

ତଥାପି ସବୁବେଳେ

ଆକ୍ଷେପର ଶୀକାର ହୋଇ

ତିଳତିଳ ଜଳିଯାଏ

କେତେବେଳେ ଲିଭିଯାଏ

ବିନା ସମୀରରେ

ଆଉ କିଏ ତେଜିଦିଏ

ଜ୍ବଳନର ଇଚ୍ଛା ନେଇ।


ମୁଁ ବଞ୍ଚିବାକୁ ଚାହେଁ

କୋଣାର୍କର ଗାର୍ତ୍ତରେ

ଲୁକ୍କାୟିତ ପାହାଡ ଗୁମ୍ଫାରେ

ତଟିନୀର ଉତ୍ତପ୍ତି ସ୍ଥଳରେ

ଉଦୟଗିରିର ରାଣୀଗୁମ୍ଫାରେ

ଲଳିତଗିରିର ବୌଦ୍ଧ ସ୍ତୁପରେ

ମୁଁ ପ୍ରକୃତି

ମୁଁ ଧରିତ୍ରୀ

ମୁଁ ସର୍ବଂସହା

ତଥାପି କାହିଁକି କେଜାଣି

ମୋତେ ବସେଇ ଦିଆଯାଏ

ଦେହଜୀବିର କୋଠିରେ

ପୁଳାପୁଳା ମାଂସ

ଖାଇଯା'ନ୍ତି ସଭ୍ଯସମାଜର

ଖୋଳପା ପିନ୍ଧା ରାକ୍ଷସଗଣ

ତଥାପି ଭାଗ୍ଯକୁ ନିନ୍ଦେ ସିନା

ହେଲେ ଦୋଷ ଦିଏନାହିଁ

ସହିଯାଏ ହସିହସି

ଫୁଙ୍ଗୁଳା ଦେହକୁ

ବାଣ୍ଟିଚାଲେ ଜଣ ପରେ ଜଣେ।


ସତୀସ୍ବାଧିର ରୂପ ନେଇ

ନାରୀଟିଏ କରିଚାଲେ

ଜୀବନସାରା ସଂଗ୍ରାମ

ହେଲେ ପାଏ କଣ

ପୁଳାପୁଳା ପୁଞ୍ଜିଭୂତ ଘୃଣା

ନିର୍ଯ୍ୟାତନା ଲାଞ୍ଛନା

ତଥାପି କରିବି ସଂଗ୍ରାମ,

ସାଜିବି ସୀତା,ସାବିତ୍ରୀ

ନାରୀ କେଵେ ନୁହଁଇ ପତିକା

କେବେ ନୁହଁଇ ପାପିନୀ

ସେତ ଗଙ୍ଗା, ଗୋଦାବରୀ

ଧୋଇଦିଏ ସବୁପାପ

ନିଜେ ହୁଏ କଳୁଷିତା

ଅନ୍ଯକୁ ଦେଇଚାଲେ

ମୁକ୍ତିର ପଥ

ନିର୍ବାଣର ବାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍