STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ବଞ୍ଚିବା ପାଇଁ କି

ବଞ୍ଚିବା ପାଇଁ କି

1 min
137

ବଞ୍ଚିବା ପାଇଁ କି ଯୋଗାଉଛି ଆହାର

କୃଷିକୁ କରିଛି ବୃତ୍ତି ଯେ ନିଜର l

ମୁଣ୍ଡଝାଳ ତୁଣ୍ଡରେ, ରକତକୁ କରେ ପାଣି

ଉପୁଯାଏ କ୍ଷେତେ ଶସ୍ୟ ମନ ଜାଣି l

ଖରା, ବରଷା, ଶୀତ କଷଣକୁ ସହେ

ସେ ବାରତା ସୁନାର ଫସଲ କହେ l

ଯାହାପାଇଁ ଖୁସିରେ ବିତୁଅଛି ଦିନ ଆମର

ଅଭାବ ଅନାଟନେ କଟେ ଦିନ ତାହାର l

ଋଣଭାରେ ନଇଁ ଯାଏ ଅଣ୍ଟା ତାହାରି

ଏ ନିଶ୍ୱାସ ଓ ପ୍ରଶ୍ୱାସ ଅବଦାନ ଯାହାରି l

ପ୍ରକୃତ ହିରୋ ସେ ଜୀବନର ପ୍ରତିକୂଳେ

ଭୁଲିଯାଏ ସର୍ବ , କରୁଥାଏ କର୍ମ ହେଳେ l

ମାଟି ଚିରି କରୁ ଥାଏ ଚାଷ

ତା ପାଇଁ ଆମ ମୁଖେ ଫୁଟିଉଠେ ହସ l



Rate this content
Log in