STORYMIRROR

Prasanta kumar Hota

Others Tragedy

3  

Prasanta kumar Hota

Others Tragedy

ବଞ୍ଚିବା ହେଲାଣି ନିଃସଙ୍ଗ ମୋହର

ବଞ୍ଚିବା ହେଲାଣି ନିଃସଙ୍ଗ ମୋହର

1 min
370


ବଞ୍ଚିବା ହେଲାଣି ନିଃସଙ୍ଗ ମୋହର

ସଙ୍ଗ ଥାଇ ପାଶେ କେତେ

ଆସିବୁ ବୋଲି ତୁ କହି ଆସିଲୁନି

କେତେ ଦୁଃଖ ଦେଲୁ ମୋତେ ।

ତୋତେ ଭାବୁଥିଲି ମୋ ଜୀବନ ସାଥୀ

ପାଶେ ଥିଲି ତୋର ବସି

ଆତ୍ମୀୟ ଭାବକି ଅନାତ୍ମୀୟ ହେଲା

ଚାଲିଗଲୁ ମୋଠୁ ଖସି ।

ଦେଖୁଥିଲି ଯାହା ନୟନ ସୋରେହା

ଦେଖିଲି ଅଛି ମୋ ପାଖେ

ହୃଦ ସିହାସନେ ବସିଛୁ ମଉନେ

କହୁ ନାହୁଁ କିଛି ଦୁଃଖେ ।

ଚେତନାରେ ମୋର ରହିଛି ତୋ ସ୍ମୃତି

ପାଇଛି ତୋହର ବସା

ସପନେ ଭେଟିବି ଭାବ ଦେବି ନେବି

ହେବି ନାହିଁ ଲୋକ ହସା ।


ପ୍ରଶାନ୍ତ କୁମାର ହୋତା


Rate this content
Log in