STORYMIRROR

Rajalaxmi Tripathy

Others

3  

Rajalaxmi Tripathy

Others

ବଂଶୀ ବାଦକ

ବଂଶୀ ବାଦକ

1 min
13.4K


କାହାର କେତେ ଡାକ

ଏଡ଼ାଇ ଦେଉ ସହଜରେ

କାହାପଛେ ଧାଇଁ ଯାଇ

ଡାକିଥାଉ ବାରମ୍ବାର

ଚାହେଁନା ସେ ସ୍ପର୍ଶ ତୋର।

ଧାଉଁଥିବା ଛାଇ ତୋର

ଅବୋଧ୍ୟର ଗତି ଧାରା

ଟାଣିଆଣେ ବିସ୍ମୟ ସବୁ

ଆକାଶର ଆଲୋକ ରେଖାରୁ

ହୃଦୟର ଅଗ୍ନିଶିଖା ଯାଏଁ।

ତୁ ହିଁ ଜାଣୁ,

ଜାଣେ ତୋର ବଂଶୀସ୍ବନ

କାହାକୁ ତୁ ଖୋଜୁ କେତେବେଳେ।

ଯାହାକୁ ତୁ ଖୋଜୁ,

କ୍ଲାନ୍ତି ବା ସୁପ୍ତିରେ

ଡେଇଁବାକୁ ପଡେ ତାକୁ

ଅଶ୍ରୁହୀନ ନୟନରେ

ମହକିତ ମୁଗ୍ଧ-ଅନ୍ଧକାର

ଚେତନାର ଶେଷ ବିନ୍ଦୁଟିକୁ ଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍