STORYMIRROR

jagabandhu sahu

Others

3  

jagabandhu sahu

Others

ବଣମଲ୍ଲୀ

ବଣମଲ୍ଲୀ

1 min
207

ଧୋବ ଫର ଫର ରୂପଟି ମୋହର

    ନାମ ମୋର ବଣମଲ୍ଲୀ

ସକାଳରୁ ଫୁଟି ମଧ୍ଯାହ୍ନ ବେଳକୁ 

     ବଣରେ ଯାଏ ମଉଳି ।


ଅଲୋଡ଼ା ଜୀବନ ନାହିଁ ଜନାଦୃତ 

   ନାହିଁ ମନେ ମୋର ଗର୍ବ 

କେଉଁ ଅଭିଶାପେ ନାହିଁ ବିଭୁ ସେବା 

   ପ୍ରକୃତିକୋଳ ମୋ' ସ୍ବର୍ଗ ।


କାକର ଭିଜାର ସକାଳରେ ଫୁଟି

     ଚଉଦିଗ ବାସ ଦିଏ

ଆପଣାର ଭାବି କେବେ କେଉଁ ମାଳି

    ସରଧାରେ ତୋଳି ନିଏ ।


Rate this content
Log in