STORYMIRROR

Pranati Mahapatra

Others

3  

Pranati Mahapatra

Others

ବଙ୍କୁଲୀବାଡ଼ି

ବଙ୍କୁଲୀବାଡ଼ି

1 min
13.3K


ଅର୍ଥ, ମାନ,ଯଶ ଯେତେବେଳେ

ପର ହୋଇଯାଏ,

ତୁ ହୋଇଯାଉ ଅତି ଆପଣାର,

ସ୍ନେହ ଶ୍ରଦ୍ଧା,ଭଲପାଇବା ଦୂରେଇ ଗଲେ

ତୁ ହୋଇଥାଉ ନିଜଠୁଁ ନିଜର।

ଅତି ଆପଣାର ଶାରୀରିକ ଅଙ୍ଗଗୁଡା

ଯେତେବେଳେ ନିଷ୍ପ୍ରଭ ହୋଇଯାନ୍ତି,

ସେତେବେଳେ ତୁ ହୋଇ ଯାଉ

ମୋ ପାଇଁ ବୀର ସୈନିକ ।

ସଭିଏଁ ସିନା ସ୍ଵାର୍ଥରେ ବନ୍ଧା,

ହେଲେ ,ତୁ ମୋ ପାଇଁ ,

ମୋ ନିଃସ୍ଵାର୍ଥପର ବନ୍ଧୁ।

ନିନ୍ଦା ଅପମାନର ଏ ଶରୀରଟାକୁ

ସମସ୍ତେ ଧୋକା ଦେଇଥାନ୍ତି ସତ,

ତୁ କେବେ ଧୋକାବାଜ୍ ହୋଇପାରୁନା

ନୟନରମଣି ଆଡେଇ

ଦେଲା ବେଳେ,

ତୁ ହୋଇଥାଉ ମୋ ଅନ୍ଧ ଲଉଡି।

ଆଗକୁ ପାଦ ବଢାଇବାକୁ ତୁ

ହୋଇଯାଉ ଆଶାର ବାଡି ।

ଜୀବନର ସଞ୍ଚିତ ସବୁକିଛି ଦେଇ ସାରିବା ପରେ,

ସଭିଏଁ ଯେତେବେଳେ ମୁହଁ ମୋଡି

ଚାଲିଯାଇଥାନ୍ତି,ସେତେବେଳେ

କିଛି ମୋ ଠାରୁ ନ ପାଇବି,

ତୁ ତୋ କାନ୍ଧରେ ମୋତେ ଲାଉ କରି,

ମୋର ସବୁ ଦୁଃଖ ତୋ ଉପରକୁ ନେଇ

ସବୁ ଦିନ ପାଇଁ ଆପଣାର କରୁ।

ଅସହାୟ ଆଉ ନିଃସହାୟ ବେଳେ,

ସବୁ ସମ୍ପର୍କରେ ପୂର୍ଣ୍ଣ ଛେଦର

ରେଖା ଟାଣି ହୋଇଥିବା ବେଳେ,

ସେତେବେଳେ ଭରସାର

ସେତୁବନ୍ଧ କରି,

ତୁ ହୋଇଯାଉ ମୋ ପାଇଁ ,

ମୋ ପୁତ୍ର,କନ୍ୟା,ଭାଇ,ବନ୍ଧୁ,

ସଖା, ସହୋଦର ।

ଆଉ ଶେଷ ସମୟର

ଆସରା ମୋହର।

ତୁ ହୋଇଥାଉ ମୋ ଶେଷ ଠିକଣା।

ତୁ ପରା ମୋର ବଙ୍କୁଲୀ ବାଡ଼ି।

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର।


Rate this content
Log in