Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Others Children

4  

Chittaranjan Nanda

Others Children

ବନ୍ଧୁତାର ମହତ୍ତ୍ୱ

ବନ୍ଧୁତାର ମହତ୍ତ୍ୱ

1 min
173



ବନ୍ଧୁତାରେ ନାହିଁ ଧର୍ମ ଭେଦଭାବ 

ହିନ୍ଦୁ ମୁସଲମାନ,

ପ୍ରେମର ଭାବନା ଦୁଇ ମଣିଷରେ, 

ହେଉ ଖ୍ରିଷ୍ଟିୟାନ୍ ।


ବନ୍ଧୁତା ମମତା ଭରି ଏ ମାଟିରେ 

ନିବିଡ ସମ୍ପର୍କ ଢାଳିଦିଏ

ନିଃସ୍ୱାର୍ଥ ତ୍ୟାଗରେ ସେନେହର

ଡୋରୀରେ ବାନ୍ଧି ଦିଏ ।


ସମୟର କାର୍ଯ୍ୟର ଧାରାରେ କେତେ 

କଥା ଯାଏ ବିତି 

ହଠାତ୍ ମିଳନରେ ଦର୍ଶନରେ ମନେ 

ପଡ଼େ ପୁରୁଣା ସ୍ମୃତି ।


ନିଜ ଜୀବନର ଉପଲବ୍ଧିକୁ ଇଛା ହୁଏ 

ବନ୍ଧୁରେ ବାଣ୍ଟିବାକୁ

କୁଣ୍ଠା ହୁଏନି ପ୍ରକାଶ କରିବାକୁ ଅନ୍ତରର 

ଭାବଆବେଗକୁ ।


ସୁଖ ଦୁଃଖ ସମୟରେ ହୋଇଥାଏ ବନ୍ଧୁ

ଏକା ତ ସାହା

ଧୈର୍ଯ୍ୟ ସାହସକୁ ବଢ଼ାଇ ଦେଇ ହୁଏ  

ଆଶ୍ଵାସନାର ରାହା ।


ଜୀବନ ଭିତରେ ବନ୍ଧୁତା ତୋଳେ ସୁନ୍ଦର 

ମଧୁରତାର ସ୍ବର,

ଶତୃତାର ପଥେ ପ୍ରବାହିତ ହେଲେ ମିଳେ

ସ୍ୱର ହତାଶା ରାଗିଣୀର ।



Rate this content
Log in