ବନ୍ଧୁତା
ବନ୍ଧୁତା
1 min
254
ଆମର ବନ୍ଧୁତା ଏମିତି ହିଁ ପ୍ରଭୂଙ୍କ ଆଶୀଷ ହୋଇ ଥାଉ ।ତୋର ମୋର ବନ୍ଧୁତା ରେ କିଏ ବାଡ ସୄଷ୍ଟି ନ କରିପାରୁ ...ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
ଚାକିରି କରି ମୁଇଁ ଚିହ୍ନିଲି ତୋତେ
ବନ୍ଧୁ ହାତ ବଢାଇଲି
ଏମିତି ଦିନରେ ବନ୍ଧୁତା ବାନ୍ଧଲି
ମଜବୁତ ରେ ଗଢିଲି ॥
ବିଭୂପାଦରେ ମୁଁ ସମର୍ପିଲି ଫୁଲ
ତୋର ଯେ କଲ୍ୟାଣ ପାଇଁ
ଡାକ ନିଶ୍ଚେ ମୋ ଶୁଣିବେ ଦୀନବନ୍ଧୁ
ବନ୍ଧୁତା ବଜାୟ ପାଇଁ ॥
ତୋ ଚିନ୍ତାଧାରା ମୋ ଚିନ୍ତାଧାରା ବୋଧେ
ସମାନ ପ୍ରକାର ସତେ
ଏଣୁ ମନଲାଖି ବନ୍ଧୁ ପାଇ ମୁଇଁ
ଧନ୍ୟ ମଣୁଛି ଲୋ ମୋତେ ॥
