STORYMIRROR

Sarojini Behera tiki

Others

3  

Sarojini Behera tiki

Others

ବନ୍ଧୁତା

ବନ୍ଧୁତା

1 min
371

ବନ୍ଧନ ଖିଆରେ ତୋ ସାଥେ ବନ୍ଧା 

ହୋଇଛି ବୋଲି ତତେ ଡାକେ ବନ୍ଧୁ

ଦୁଇଟି ଡେଣା ଗୋଟିଏ ପକ୍ଷୀ

ଦୁଇଟି ଦେହ ଗୋଟିଏ ମନ

ଦୁଇଟି ହୃଦୟ ଗୋଟିଏ ସ୍ପନ୍ଦନ

ଦୁଇଟି ନୟନ ଗୋଟିଏ ଆକର୍ଷଣ

ତୁ ସ୍ୱପ୍ନ ହେଲେ ମୁଁ ନିଦ

ତୁ ନିଶ୍ୱାସ ହେଲେ ମୁଁ ପ୍ରଶ୍ୱାସ

ତୁ ଆବେଗ ହେଲେ ମୁଁ ଭାବ

ତୁ ଛବି ହେଲେ ମୁଁ ଚିତ୍ରକର

ତୁ ରଙ୍ଗ ହେଲେ ମୁଁ ତୁଳି

ତୁ କାଗଜ ହେଲେ ମୁଁ ହେବି କାଳି

ତୁ ଫୁଲ ହେଲେ ମୁଁ ତୋର ବାସ

ତୁ ଦେବୀ ହେଲେ ମୁଁ ଦେଵଦାସୀ

ତୁ ପଥ ହେଲେ ମୁଁ ବାଟୋଇ

ତୁ ପ୍ରେମ ହେଲେ ମୁଁ ପ୍ରଣୟିନୀ

ତୁ ଗୀତ ହେଲେ ମୁଁ ସ୍ୱର

ଏହା ହିଁ ତ ବନ୍ଧୁତ୍ୱ

ବିନା ସ୍ୱାର୍ଥ ବିନା ମୂଲ୍ୟରେ ହିଁ

ପବିତ୍ରତା ର ସମ୍ପର୍କ ବନ୍ଧୁର ବନ୍ଧୁତା

କେବଳ ବନ୍ଧୁତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍