ବନ୍ଧୁତା ଦିବସ
ବନ୍ଧୁତା ଦିବସ
ବନ୍ଧୁତା ଦିବସ ପଡେ ପ୍ରତ୍ୟେକ ବର୍ଷ
ଅଗଷ୍ଟ ମାସ ଆଦ୍ୟ ରବିବାରରେ,
ବନ୍ଧୁମାନେ ସବୁ ମିଶି ଏହି ଦିବସକୁ
ପାଳନ କରୁ ଆନନ୍ଦ ଉଲ୍ଲାସରେ I
ମାସକ ପୂର୍ବରୁ ସାଙ୍ଗମାନେ ବ୍ୟଗ୍ର
ହୋଇ ଏଥିପାଇଁ କରୁ ପ୍ରସ୍ତୁତି,
ପ୍ରତେକ ବର୍ଷ ବନ୍ଧୁତା ଦିବସକୁ ପାଳି
ସାଙ୍ଗମାନଙ୍କ ମଧ୍ୟରେ ରହୁ ଭାଵପ୍ରୀତି I
ସବୁ ସାଙ୍ଗମାନେ ନ ଆସିଲେ ବି କିଛି ସାଙ୍ଗ
ଏହି ଦିନ ହେଇଥାଉ ଏକାଠି,
ମଉଜ ମଜଲିସର ଫୋଟ ପଠାଇ ନଆସିଥିବା
ସାଙ୍ଗମାନଙ୍କୁ ଦେଇ ଆନନ୍ଦର ଭେଟି I
ପରିବା କଟା ସହ ସ୍କୁଲ ସ୍ମୃତିକୁ ମନେପକାଉ
ଆଳାପ କରି ସାଙ୍ଗଙ୍କ ମେଳରେ,
ସମସ୍ତଙ୍କ ସୁଖ ଦୁଃଖ ବଣ୍ଟାବଣ୍ଟି କରି
ନିଜେ ଲାଗିଥାଉ ରୋଷେଇରେ I
ନାଚ ଗୀତ ଖଟି ମଜା କରି ଏକାଠି
ବସି ଖାଉ ଆନନ୍ଦରେ,
ବୃକ୍ଷରୋପଣ କି ଆଉ କିଛି ସାମାଜିକ କାଯ୍ୟ କରି
ଦୁଃଖକୁ ଭୁଲାଇଦେଉ ସେଦିନର I
ଫେରିବା ପାଇଁ ଇଚ୍ଛା ନଥିଲେ ବି
ସମୟ ଇସାରାରେ ଦୁଃଖରେ ଫେରୁ ଘରକୁ,
ହାତ ଉପରେ ହାତ ରଖି ପଣ କରୁ ସମସ୍ତେ
ଏହି ଦିନରେ ମିଳନ ହେବାକୁ I
ଦୁଃଖ ଫେଡ଼ି ଆନନ୍ଦ ଉପଭୋଗ ଲାଗି
ଏହି ଦିନକୁ ବନ୍ଧୁମାନେ ଅନାଇ ଥାଉ ଚାତକ ପରି,
ଗଲା ଵର୍ଷ ପରି ଏବର୍ଷ ବନ୍ଧୁତା ଦିବସରେ
କରୋନା ସାଜିଛି ବଇରୀ I
ବନ୍ଧୁତା ଦିବସରେ ବନ୍ଧୁମାନଙ୍କ ମନକୁ
କରୋନା ଦେଇଛି ଉଦାସ କରି,
ମାରାତ୍ମକ କରୋନାକୁ ବନ୍ଧୁମାନେ ଗାଳିଗୁଲଜ
କରୁଛନ୍ତି ରକ୍ତ ଚାଉଳ ଚୋବାଇ କରି I
କରୋନା କଟକଣାକୁ ମାନି ଆଜି
ପାଳନ କରିବୁନି ବନ୍ଧୁତା ଦିବସ,
ସାଙ୍ଗମାନଙ୍କ ମଧ୍ୟରେ ମୋବାଇଲରେ
ସଂଳାପ କରି ମନକୁ କରିବୁ ହରଷ I
କାଳିଆରେ ତୋଠାରେ ପ୍ରଣିପାତ ହୋଇ
ଏତିକି ମାଗୁଛି ମାଗୁଣି ଆଜିର ଦିବସରେ,
ଅଦୃଶ୍ୟ କରୋନାକୁ ଜଗତରୁ ନିପାତ କରି ସବୁ
ବନ୍ଧୁଙ୍କ ସହ ମିଳନ କରାଇବୁ ଆଗାମୀ ବନ୍ଧୁତା ଦିବସରେ I
ରକ୍ଷାକବଚ ସାଜି ସାହା ଥିବୁ
ସାଙ୍ଗମାନଙ୍କ ଚଲାପଥରେ,
ବିପଦ ଆପଦରୁ ରକ୍ଷାକରି ସେମାନଙ୍କୁ
ସୁଖ ଶାନ୍ତି ଦେଉଥିବୁ ତୁ କାଳିଆରେ I
ସାଙ୍ଗମାନେ ହିଁ ମୋରି ବଳ, ସେମାନେ ହିଁ ମୋରି ସପନ
ସେମାନେ ହିଁ ମୋର ସୁଖଦୁଃଖର ସାଥି,
ସେମାନଙ୍କୁ ଦେଖିଦେଲେ, କି ସେମାନଙ୍କ ସହ କଥା ହୋଇଗଲେ,
ମନକୁ ଆସିଥାଏ ପ୍ରଚୁର ଶକ୍ତି I
