Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ବନ୍ଧୁତା ଦିବସ

ବନ୍ଧୁତା ଦିବସ

1 min
365



 ଆଜି ପରା ଅଟେ ବନ୍ଧୁତା ଦିବସ

 ଖୁସି ଆନନ୍ଦର ଦିନ

 ବନ୍ଧୁତା ଦିବସେ ଘେନିବ ବନ୍ଧୁ ହେ

 ପ୍ରୀତିର ଅଭିନନ୍ଦନ ।

  

 ବନ୍ଧୁ ବୋଲି ଯେଉଁ ଦୁଇଟି ଅକ୍ଷର

 ଶୁଣିଲେ ମିଳଇ ଖୁସି

 ଭଲ ବନ୍ଧୁଟିଏ ଅଛି ଯା ଜୀବନେ

 ତାହାର ଅମାପ ଖୁସି ।


 ସମୟ ସୂଅରେ ଭାସିତ ଗଲାଣି

 ପୁରୁଣା ଦିନର ସ୍ମୃତି 

 ହଜି ତ ଗଲାଣି ବନ୍ଧୁର ବନ୍ଧୁତା

 ନାହିଁ ସ୍ନେହ ଶ୍ରଦ୍ଧା ପ୍ରୀତି ।


 ଦରଦୀ ମନର ଦରଦ କଥାକୁ

 ବନ୍ଧୁ ସିନା ବୁଝି ପାରେ 

 ଆଜିକାଲି ବନ୍ଧୁ ଲୁଟି ନେବା ପାଇଁ

 ସୁଯୋଗର ଅପେକ୍ଷାରେ ।

   

 ବନ୍ଧୁ ସିନା ଜାଣେ ବନ୍ଧୁର ମହତ୍ତ୍ଵ 

 ଆଉ ବା ଜାଣିବ କିଏ 

 ଜୀବନ ନ ହେଉ କେବେ ପଥଭ୍ରଷ୍ଟ

 ଵନ୍ଧୁଟିଏ ଚାହିଁ ଥାଏ ।


 କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱର ଦ୍ୱାହି

 ଆଜି ମଧ୍ୟ ଦିଆ ହୁଏ 

 ଅନ୍ତରଙ୍ଗ ବନ୍ଧୁ ପ୍ରତି କ୍ଷଣେ କ୍ଷଣେ

 ସାଥେ ସାଥେ ରହିଥାଏ ।


 ଧନୀହେଲେ ହେଉ କିଏବା ଗରିବ

 ବୁଝେ ଯେ ବନ୍ଧୁତ୍ୱ ଭାବ

 ଫିକାପଡ଼େନାହିଁ ବନ୍ଧୁତ୍ୱରେକେବେ

 ଅତୁଟ ରହେ ସେ ଭାବ ।


 ଜୀବନର ସଚ୍ଚା ପ୍ରକୃତ ବନ୍ଧୁଟେ

 ଅଟନ୍ତି ସେହି ମାଧବ

 ଆତ୍ମାର ବନ୍ଧୁତ୍ୱ ପରାମାତ୍ମା ସଙ୍ଗେ 

 କାଳ କାଳ ଯାଏ ଥିବ ।



Rate this content
Log in