STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
286

ଶୈଶବର କଟି ମିଟି ରାଗ ରୁଷା

ଆମ୍ବୁଲ ଆଉ କଞ୍ଚା ଆମ୍ବ ର ବାସ୍ନାରେ ମତୁଆଲା ହେଉଥିବା ଦୁଇ ପ୍ରାଣ

ତୁମପରି ଛୋଟ ପିଲାଟିଏ ପଦ୍ୟାବୃତି ଅବା

ସିଲଟ ସୁଖାଉ ସୁଖାଉ ନଈ ପାଣି ନଈକୁ ପଠେଇଥିବା

ଦୁଇ ମଣିଷଙ୍କ ବହୁବିଧ ପରିଚିତି

ଏଇ ଯେମିତି ===

ମିତ ମକର

ଚାନ୍ଦ ଫୁଲ

ଏମିତି କେତେ କଣ

କଙ୍କି ପ୍ରଜାପତି ଧରୁ ଧରୁ ଆମେ ବି ବଡ଼ ହେଇଗଲୁ

ଦାଇତ୍ୱ ଆଉ କର୍ତବ୍ୟ କୁ ପଣତେ ବାନ୍ଧି ଆଗକୁ ବଢ଼ିଲୁ ===


ବନ୍ଧୁତ୍ୱ

ମୁଠାଏ ପ୍ରୀତି

ଆଞ୍ଜୁଳାଏ ସ୍ନେହ

ପୁଳାଏ ସଦିଛା

ଅଜସ୍ର ଶୁଭକାମନା କେବଳ ଗୋଟିଏ ନାମ ପାଇଁ ଉଚ୍ଚାରିତ

ବନ୍ଧୁ କେବଳ ବନ୍ଧୁ ====


ଆବିଳତା ବିହୀନ କଥା

ଛଳନା ବିହୀନ ଆଚାର

କମା ପୁର୍ନଛେଦ ବିହୀନ ବ୍ୟବହାର

ତାରା ଭର୍ତ୍ତି ଆକାଶ

ବସନ୍ତର ପଳାସ

ଚିତ୍ରିତ ଚୈତାଳି

ବହୁବର୍ଣ୍ଣ ବସନ୍ତ

ସବୁ ସେଇ ଗୋଟିଏ ମଣିଷ ପାଇଁ ସମର୍ପିତ

ବନ୍ଧୁ କେବଳ ବନ୍ଧୁ

କେବଳ ମୋ ବନ୍ଧୁ =====




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍