STORYMIRROR

Mamata Priyadarshini Sahu

Others

3  

Mamata Priyadarshini Sahu

Others

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
217

(କ)

ସହଜ ନୁହେଁ କାହିଁ

ବିଶ୍ୱାସୀ ହେବାର

ମନ ହୃଦ ଯୋଡି ନେଇ

ବନ୍ଧୁତ୍ୱ ରକ୍ଷାର।

(ଖ)

ଦିଆ-ନିଆ ସଂସାର ରେ

କିଏ ହୁଏ ସବଳ

ପୁଣି କେହି ଦେଖାଇଲେ

ଦୁର୍ବଳତା ମଝିରେ

ନ ଥାଏ ସୁଛନ୍ଦ

ବନ୍ଧୁତ୍ୱ ପ୍ରାପ୍ତିର ।

(ଗ)

ସହିବା ହୁଏ ଜୀବନେ

ଧୈର୍ଯ୍ଯଶୀଳ ହୋଇ

ସମ କକ୍ଷ ସନ୍ଧାନେ

ଆତ୍ମିକତା ଦେଖାଇ

ବନ୍ଧନଟେ ଯୋଡା ହେବ

ବନ୍ଧୁତ୍ୱ ମିଳାଇ ଦେଇ ।

(ଘ)

କିଏ ଅଛି କେଉଁଠିକି

କାହାର ଭରସା ରଖି

ନକରି ସମାଲୋଚନା

ପ୍ରତିଦ୍ୱନ୍ଦିତା ରେ

ଅଦୃଷ୍ଟ ପୃଷ୍ଠରେ

ବନ୍ଧୁତ୍ୱ ସୃଷ୍ଟିରେ ?


Rate this content
Log in