STORYMIRROR

Smrutirekha Acharya

Others

3  

Smrutirekha Acharya

Others

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
582

ଶେଫାଳୀର ବାସ୍ନା ଶଶାଙ୍କର ଜ୍ୟୋସ୍ନା

ହୁଏ ସଭିଙ୍କ ଆଦରଣୀୟ

ପବନର ବାର୍ତ୍ତା ଜୀବନର ଯାତ୍ରା

ବନ୍ଧୁତ୍ୱ ହେବ ଆମ ମହନୀୟ

ସୋମ୍ୟ ପ୍ରୀତି ମୈତ୍ରୀ ଜୀବନ ଗାୟତ୍ରୀ

ଆଦିତ୍ୟ ସମ ତ ଉଜ୍ଜ୍ୱଳମୟ

ସ୍ନେହ ଶ୍ରଦ୍ଧା ରାଗ ଅଭିମାନ ସାଙ୍ଗ

ସବୁ ତ ସରିବ ହେଲେ ସମୟ

ଚାହିଁ ରହିଥିବ ଚାତକ ସେ ଧନ

ସ୍ମୃତି ଆମ ସ୍ମରଣୀୟ

ଅମୂଲ୍ୟ ବୈଭବ ସିନ୍ଦୁକ ତ ମନ

ଶକ୍ତି ତ ଅତୁଳନୀୟ

ନୁହେଁ କେହି ସମ ଖୋଲିବ ବନ୍ଧନ

ଲଘୁ ଅବା ମାନନୀୟ

ନିଜ ଠୁ ନିଜର ଭିନ୍ନ ପ୍ରକାରର

ବନ୍ଧୁତ୍ୱ ଆମ ସନମାନୀୟ

ଜନ୍ମ ଠୁ ମରଣ ମଧ୍ୟେ ବ୍ୟବଧାନ

ଗୁରୁତ୍ୱ ସହ ତ ତୁଳନୀୟ

ଜୀବନ ସୋପାନ ଆରୋହଣ ପାଇଁ

ବନ୍ଧୁ କାନ୍ଧ ଲୋଡ଼ା

ଅତୁଟ ବନ୍ଧନ ବାନ୍ଧେ ପରା ସେହି

ଦେଇ ସ୍ନେହ ଶ୍ରଦ୍ଧା

ତା ଶୁଭକାମନା ସୁସହଯୋଗ

ସତେ କି ରକ୍ଷା କବଚ

ତା ଅଭିଜ୍ଞତା ତା ଉପଦେଶ

ଦେଖାଏ ଜୀବନେ ଉପଯୁକ୍ତ ପଥ



Rate this content
Log in