ବନ୍ଧୁତ୍ୱ
ବନ୍ଧୁତ୍ୱ
ଈଶ୍ବରଙ୍କ ସୃଷ୍ଟିର ଶ୍ରେଷ୍ଠ ଉପହାର
ଯାହା ଆବିଳତା ବିହୀନ, ନିଷ୍କକଳଙ୍କ
ସମୟର ସୀମାସରହଦ ଡେଇଁ
ଉଚ୍ଚ-ନୀଚ ଭେଦ ଭାବ
ଧନୀ-ନିର୍ଦ୍ଧନ ଜାତି-ଅଜାତି
ପ୍ରାଣୀ-ଉଦ୍ଭିଦ ପଶୁ-ପକ୍ଷୀର
ଭିନ୍ନତାକୁ ପରିହାର କରି ଆସିଥାଏ
ନିବିଡ଼ତାର ବନ୍ଧନରେ ବାନ୍ଧିବାକୁ ।
ଜୀବନରେ ଆନନ୍ଦ-ପ୍ରେମ-ବିଶ୍ୱାସର
ଦୃଢ଼ ଢାଲ ସାଜି
ସରଳତା ଆଉ ସାଧୁତାର
ନିଦର୍ଶନ ହୋଇ
ସାହସ ଓ ପ୍ରେରଣାକୁ ଜାଗ୍ରତ କରି
ସଦାବେଳେ ପବିତ୍ରତାର ବନ୍ଧନରେ
ବାନ୍ଧୁଥିବା 'ବନ୍ଧୁତ୍ଵ'।
ସର୍ବଦା ହସିବାକୁ ରାହା ଦେଇ
ଝରିପଡୁଥିବା ଲୁହକୁ ପୋଛିଦେଇ
ହୃଦୟରେ ବସା ବାନ୍ଧେ
ସୁଖରେ ଦୁଖଃରେ ହାନିରେ ଲାଭରେ
ପାଖେ ପାଖେ ରହେ
କିଛି ପାଇବାରେ ଆଶା ନ ରଖି
ସଦା ସାହାଯ୍ୟର ହାତ ବଢାଏ
ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସାହାରା
ସାଜୁଥିବା 'ବନ୍ଧୁତ୍ଵ' ।
ପାଦ ସହିତ ପାଦଥାପି
ହାତକୁ ହାତ ଧରି
ଜୀବନକୁ ଜୀବନସହିତ ଯୋଡ଼ି
ଏକତ୍ଵର ଭାବନା ସ୍ରୋତରେ
ସ୍ଵାର୍ଥରହିତ ଜୀବନାଦର୍ଶରେ
ବଞ୍ଚିବାକୁ ଶିଖାଉଥାଏ
ଜୀବନର ଉଠାଣି ଗଡାଣିରେ
କାନ୍ଧ ଥାପୁଥିବା
ଅମୂଲ୍ୟ ରତ୍ନ
ଯାହା କିଣି ହୁଏନା
ଯାହା ବିକି ହୁଏନା
ସେ ହିଁ ପ୍ରକୃତ ପ୍ରେମ
"ବନ୍ଧୁତ୍ଵ" ।
