STORYMIRROR

Ajay kumar Behera

Others

3  

Ajay kumar Behera

Others

"ବନ୍ଧୁତ୍ୱ''

"ବନ୍ଧୁତ୍ୱ''

1 min
264


ଦୁନିଆ ଆଖିରେ 

କିଏ କଣ ହୋଇ ପାରେ

ଜୀବନ ରୋହେ ଯେ

ପୁଣି ଗୋଟିଏ କଥାରେ।୧।


ଦରିଦ୍ର ହୋଇବି

ସୁଖ ଜୀବନ ହୋଇଲା

ପବିତ୍ର ବନ୍ଧୁତ୍ୱ

ମାନ ମହତ ରଖିଲା।୨।


ବନ୍ଧୁତ୍ୱ କଥାଟି

ହେଉ ପଛକେ ଛୋଟିଆ

ସୁଦାମାଙ୍କ ଆଗେ

ସେ ଗୋଟେ ବଡ଼ ପଣିଆ।୩।


କୃଷ୍ଣ ପରି ବନ୍ଧୁ

ବନ୍ଧୁତ୍ୱ ଆଗେ ଭୁଲିଲେ

ସୁଦାମାଙ୍କୁ ସେ ଯେ

ଆପଣେଇ ନେଇ ଥିଲେ।୪।


ନିଜ ସୁଖ ଭୁଲି

ସୁଦାମାଙ୍କୁ ପାଖେ ପାଇ

ଖୁସି ଖୁସି ମନେ

ସବୁ ଥିଲେ ଯାଚି ଦେଇ।୫।


ଲୋଭ ଥିଲା ପୁଣି

ବନ୍ଧୁଙ୍କ ଖୁଦ ଭଜାରେ

ସଖାଠୁ ନେଇ କି

ଭୁଞ୍ଜିଲେ ଖୁସି ମନରେ।୬।


ସବୁ ଥାଇ ପାରେ

ବନ୍ଧୁତ୍ୱ ନ ଥିଲେ ସତେ

ବିପଦ ସମୟେ

ଦୁଃଖ ଆସି ଥାଏ କେତେ।୭।


ସ୍ୱଚ୍ଛ ହୃଦୟରେ

ଯେବେ ତ ହୁଏ ବନ୍ଧୁତ୍ୱ

ଦୀର୍ଘଦିନ ପୁଣି

ରହେ ପୁଣି ତା ଗୁରୁତ୍ୱ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍