STORYMIRROR

subrat kumar jena

Others

4  

subrat kumar jena

Others

ବନ୍ଧୁତ୍ୱ ବିନା ସର୍ତ୍ତର

ବନ୍ଧୁତ୍ୱ ବିନା ସର୍ତ୍ତର

1 min
304

ଶୁଣ ଏ କଥା ମୋର ଅତି ସନ୍ତର୍ପଣେ

ବନ୍ଧୁତ୍ୱର ଦ୍ୱାହି ଦେଇ ତୁମେ କେବେ ମାଗିବନି

ମୋତେ ମୋର ଅତି ପ୍ରିୟ "ସପନ"

ହଁ ଯଦି ଚାହଁ ତୁମେ ଅଚିରେ ମୁଁ ଦେଇଦେବି

ହସି ହସି ତୁମ ଲାଗି ମୋର ଏଇ ଜୀବନ

କୁହତ ଶାମୁକା ବିନା ମୁକ୍ତାର ଅର୍ଥ ବା କଣ

ତୁମେ ଯଦି ମୁକ୍ତା ମାଗିବ !

ହୁଏତ ତୁମକୁ ଏହା ମିଳିଯିବ ବିନା ବାଧାରେ

କିନ୍ତୁ ତୁମେ ଶାମୁକା କୁ ନେଇଗଲେ ଛଳେ ବଳେ

ସମୁଦ୍ରର ଉଦାସ ମୁହଁକୁ ଦେଖି ଖୁସି ହୋଇପାରିବତ?

ତୃଷ୍ଣାକାତାର ଚାତକର ଦୁଃଖକୁ ଥରେ ବୁଝିବାକୁ ଚେଷ୍ଟାକର

କେତେ ତାର ପ୍ରତୀକ୍ଷା କେଉଁ ଯୁଗ ଯୁଗରୁ

ଯଦି ନୁହଁ ତାହେଲେ ଏ ମିଛ ବଦନାମ କଣ ଲାଗି

ଯଦି ସତ ସେ ତ ପୁଣ୍ୟବତୀ

ସାଧନା ତାର ଅହଲ୍ୟା ପରି ପ୍ରଭୁ ରାମଙ୍କ ଆଗମନ ଅପେକ୍ଷାରେ

ସେ ତ ପୁଣ୍ୟବତୀ ମୀରା କାହ୍ନୁର ବଂଶୀ ସ୍ୱରର କିମିଆରେ

ମୋତେ ଯଦି ଦ୍ୱାହି ଦେବ ବନ୍ଧୁତ୍ୱର ତୁମେ ଦେଇପାର

ଯଦି ପାରିବତ ବାହୁକୁ ସମ୍ପ୍ରସାରଣ କର ମୋ ଦିଗେ

ମୁଁ ସଦା ପ୍ରସ୍ତୁତ ତୁମ ଲାଗି "କୃଷ୍ଣର ସୁଦାମା "ହେବା ପାଇଁ।

ହେଲେ ମୁଁ ପାରିବିନି ହୋଇ ମିର୍ଜାଫର କି କଳାପାହାଡ଼ ହୋଇ

ନିଜ ସ୍ୱାର୍ଥ ଲାଗି ଖେଳିବାକୁ ରକ୍ତ ଧ୍ବଂସର ବିଭୀଷିକା

କାହାର ରାଣ ନିୟମ ଆଉ ବନ୍ଧୁତ୍ୱ ଦ୍ୱାହିର ଅନାମଧେୟ ଯଜ୍ଞରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍