STORYMIRROR

Sandhyarani dash

Others

3  

Sandhyarani dash

Others

ବନ୍ଧୁ

ବନ୍ଧୁ

1 min
315

ବରଷ ପୁରୁଣା ବନ୍ଧୁ ଆମେ ଦୁହେଁ

ତୁମେ କୃଷ୍ଣ ମୁଁ ସୁଦାମା

ଯୁଆଡ଼େ ଗଲେ ସାଙ୍ଗ ହୋଇ ଯିବା

ସଂଗ୍ ଛାଡି ବାନୀ ଜମା।

ପାଠ ପଢା ଆଉ ଖେଳ କୁଦ ଯାଏ

ହୋଇ ଥାଉ ବନ୍ଧୁ ସଦା

ଅଗମ୍ୟ ପଥକୁ ଅତିକ୍ରମ କରି

ଲାଗେ ନାହିଁ କେବେ ବାଧା।

ଦିନେ ନ ଦେଖିଲେ ତୁମକୁ ବନ୍ଧୁ ହେ

ଲାଗଇ ବହୁ ତ କଷ୍ଟ

ଗୁରୁଜନ ମାନେ କହୁଥାନ୍ତି କେବେ

ଦୁଇ ଜଣ ଭାରି ଦୁଷ୍ଟ।

ରହିଗଲେ ଦୁରେ ଲାଗେ ମୋତେ ଡର

ଭୁଲିଗଲା ବନ୍ଧୁ ଭାବେ

ଲାଗଇ ଯେପରି ଫୁଲର ବିହୁନେ

ଖାଲି ଡାଳ କାନ୍ଦି ରାବେ।

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

ତୁମରି ପୟରେ ତଳେ

କୃପା ରଖିଥିବ ଆମ ବନ୍ଧୁତ୍ୱକୁ

ରହିଥିବ ସବୁବେଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍