STORYMIRROR

Suresh chandra Padhy

Others

3  

Suresh chandra Padhy

Others

ବନ୍ଧୁ ଟିଏ ଲୋଡ଼ା

ବନ୍ଧୁ ଟିଏ ଲୋଡ଼ା

1 min
233


ଜୀବନେ ମୋତେ ବନ୍ଧୁଟିଏ ଲୋଡ଼ା

ସୁଖ ଆଉ ଦୁଃଖ ବାଣ୍ଟିବାକୁ

ଏମିତି ବନ୍ଧୁ ଟିଏ ଜୀବନରେ ଲୋଡ଼ା

ସାଥି ହୋଇ ବାଟ ଚାଲିବାକୁ

ମନ କଥା କହିବାକୁ ବନ୍ଧୁଟିଏ ଲୋଡ଼ା

ଇଚ୍ଛାହୁଏ ତା ପାଖେ ଯିବାକୁ

ଆପଣାର କରିବାକୁ ବନ୍ଧୁ ଟିଏ ଲୋଡ଼ା

ଇଚ୍ଛାହୁଏ ତା ସ୍ନେହ ପାଇବାକୁ

ହାତ ଧରି ବାଟ ଚାଲିବାକୁ ବନ୍ଧୁ ଟିଏ ଲୋଡ଼ା

ଝୁରିହୁଏ ସବୁ ବେଳେ ତାକୁ

ସମ୍ପର୍କ ଯୋଡିବାକୁ ବନ୍ଧୁ ଟିଏ ଲୋଡ଼ା

କେବେ ଖୋଜିପାଏ ନାହିଁ ତାକୁ

ମୋ କଥା ବୁଝିବାକୁ ବନ୍ଧୁ ଟିଏ ଲୋଡ଼ା

ଯିଏ ବୁଝିବ ମନର ଭାବନାକୁ

ନିଜର ହେବାକୁ ବନ୍ଧୁ ଟିଏ ଲୋଡ଼ା

ଯିଏ ରଖିବ ଭରସା ଓ ବିଶ୍ୱାସକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍