STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ବନ୍ଧୁ ପାଇଁ କିଛି ପଂକ୍ତି

ବନ୍ଧୁ ପାଇଁ କିଛି ପଂକ୍ତି

1 min
180

ସେ ଥିଲେ ପାଖରେ ଅନ୍ଧାରୀ ସମୟେ

ତାରା ଝିଲିମିଲି ହୁଏ 

ଅମାବାସ୍ୟାର ଅମା ଅନ୍ଧକାର

ସେ କ୍ଷଣେ ପାଶୋର ଯାଏ। 

ଶ୍ୱାସରୁ ବିଶ୍ୱାସ ଯାଏଁ 

ବନ୍ଧୁଟିଏ ସାଜେ ନିତ୍ୟ ସହଚର

ହସଠାରୁ ଲୁହ ଯାଏଁ।  


ହେଉ ସେ ଅନ୍ତର ବେଦନାର ଗାଥା

ହେଉ ଉଲ୍ଲାସର ଗଳ୍ପ 

ବଖାଣି ବସେ ମୁଁ ଯେବେ ତାର ଆଗେ

ସାଜେ ମୋ ମାନସକଳ୍ପ। 

ନାହିଁ ତା କେଉଁ ବିକଳ୍ପ 

ତା ବିନା ଜୀବନ ସମ୍ଭାବନା ଶୂନ୍ୟ

ସେ ପୁଣି ଶେଷ ସଙ୍କଳ୍ପ। 


ଭାଙ୍ଗିଗଲେ ସାଜେ ଆଶାବାଡ଼ିଟିଏ

କ୍ଷତକୁ ସାଜେ ମଲମ 

ହାରି ଯାଇଥିବା ହୃଦ ହୁଏ ଶାନ୍ତ

ପାଇ ତା ସ୍ପର୍ଶ ନରମ।

ସେ କେବେ ଶୀତ କେବେ ଉଷ୍ମ 

ହରିନିଏ ଜ୍ଵାଳା ହିମ ଜୀବନର

ଛୁଇଁ ଅନ୍ତର ମରମ।  


ଘୂର୍ଣିଝଡ଼ ବାତ୍ୟା ମଥା ନଇଁ ଫେରେ

ସେ ଯେବେ ସାଥିରେ ଥାଏ 

ଶୋକର ବାଦଲ ଅପସରି ଯାଏ

ସେ ଯେବେ ଆକାଶେ ଉଏଁ। 

ଚେତନାରୁ ଜୁଇ ଯାଏଁ 

ସମ୍ପର୍କର ନବ ଉନ୍ମାଦନା ଆଣି

ଜୀବନକୁ ଭରି ଦିଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍