STORYMIRROR

Yudhisthir Khamari

Others

4  

Yudhisthir Khamari

Others

ବନ୍ଧନ

ବନ୍ଧନ

1 min
455

ଅନ୍ଧାରି କୋଠରୀ ଭିତରେ ଅବରୁଦ୍ଧ

ହାତ ପାଦ ଶିକୁଳିରେ ବନ୍ଧା

ଶତ ପ୍ରୟାସ ସତ୍ବେ ମୁକୁଳି ପାରେନି

ବେଡି ନ ଖୋଲିବା ଯାଏଁ

କେତେବେଳେ କଉଶଳେ ଖସିବାର

ବୃଥା ଚେଷ୍ଟା କରେ

ଠେଙ୍ଗା ପ୍ରହାରେ ମୁଣ୍ଡ ଫାଟିବା

ଅବା ଚାବୁକରେ ପିଠି ସିଝିବାର ଆଶଙ୍କା ଥାଏ

ମାତ୍ର ଏମିତି କଏଦୀ ମୁଁ

ନିୟମରେ ବନ୍ଧା ମୋର ହସ୍ତ ପାଦ

ଆବଦ୍ଧ ମୁଁ ଏକ ଅଦୃଶ୍ୟ ପାଚେରୀ ମଧ୍ୟରେ

ମୁକ୍ତ ବିହଙ୍ଗର ମନ ନିଏ

ପୁଣି ଆଶଙ୍କିତ ହୁଏ

ଡେଣା ଛିଣ୍ଡି ଧରାଶାୟୀ ହେବାର

ଆଶଙ୍କା ଓ ଅବଶୋଷ ଭିତରେ ସନ୍ତୁଳି ହୁଏ

ଗୁମ ହୋଇ ବସିପଡେ

ଭଜେ ରାମ ନାମ ଆଶ୍ରା କରି ବେଣୁଧର

କର୍ମ କରେ ପିଞ୍ଜରା ଭିତରେ

ଲଘିବାକୁ ମାନସିକ ଶାନ୍ତି

ପ୍ରତିପଦେ ଶଙ୍କା ଥାଏ

ଧକ୍କା ଖାଇବାର ବାଟ ଭୁଲିବାର

ସମ୍ପର୍କ ର ଗଭୀର ଚୋଟରେ

ହଣା ଖାଇବାର

ବଞ୍ଚୁ ବଞ୍ଚୁ ମରୁଛି

କେବେ ମରି ମରି ବଞ୍ଚିବାର ଶତ ଉଦ୍ୟମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍