STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ବନ୍ଧା ରଖିଲି ଏ ଜୀବନ

ବନ୍ଧା ରଖିଲି ଏ ଜୀବନ

1 min
3.6K


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

---------- -------------------- ----------

ଆଜି ମୁଁ ଆସିଛି କାଳିଆ ତୋ ଦର୍ଶନ ପାଇଁ,

ଉତ୍କଣ୍ଠା ଅଧୀରେ ବ୍ୟାକୁଳେ ଉଡେ ମନ ଚଢ଼େଇ ।।


ଏମନ ଟା ବଣ ଚଢ଼େଇ ନହୁଇ ଆୟତ,

ଅଙ୍କୁଶ ବିହିନ ବଣୁଆ ହାତୀ ହୁଏ ଯେମନ୍ତ ।।


ତୁମେ ପରା ଦକ୍ଷ କିରାତ ଅଠାକାଠିର କାଣ୍ଡେ,

ଧରି ଆଣି କର ଆୟତ ବାନ୍ଧି ରଖିଣ ଦଣ୍ଡେ ।।


ତୁମେ ଅଟ ଶ୍ରେଷ୍ଠ ମାହୁନ୍ତ ଧରି ଅଙ୍କୁଶ କରେ,

ମୋର ମନ ମତ୍ତ ହସ୍ତୀକୁ ଆୟତ କର ବାରେ ।।


ପଞ୍ଜରି ରେ ରହି ତୁମର ନାମ ନିତ୍ୟ ଗାୟନ,

କରି କରି ଛାଡ଼ି ଯାଉ ହେ ଏହି ପକ୍ଷୀ ଜୀବନ ।।


ତବ ଯାତ୍ରା ପଥେ ଆଗ୍ରତେ ଆଗେ ଆଗେ ଚାଲିବି,

ଚାଲି ଚାଲି ହାତୀ ଜୀବନ ଗଲେ ମୁକ୍ତି ଲଭିବି ।।


ଚଢେଇ ହେଉ କି ହାତୀ ହେ ସେତ ତୁମରି ଦାନ

ତୁମପଦେ ବନ୍ଧା ରଖିଲି ମୋର ଏହି ଜୀବନ ।।


ଦୀନ, ଦୁଃଖୀ ବୋଲି, ନକରି ହୀନିମାନ, ହେ ନାଥ,

ଶ୍ରୀପଦେ ଆଶ୍ରୟ ଦେବହେ ପ୍ରଭୁ ଦୁଃଖୀ ସଙ୍ଗାତ ।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍