Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Others

4  

Geetanjali Prusty

Others

ବନ୍ଦେ ଉତ୍କଳ ମାତା

ବନ୍ଦେ ଉତ୍କଳ ମାତା

1 min
244


ଶ୍ରୀଚରଣେ ଯା'ର ନୀଳ ପାରାବାର

ନିତି ପିଟୁ ଅଛି ମଥା

ପାହାଡି ଝରଣା କୁଳୁ କୁଳୁ ନାଦେ

କହୁଛି ମଧୁର କଥା

ସେଇ ମୋ ଜନନୀ ବୀର ପ୍ରସବିନୀ

ବନ୍ଦେ ଉତ୍କଳ ମାତା l


ଯେଉଁଠି ଜନମି ମଧୁ ଗୋପବନ୍ଧୁ ରଚିଗଲେ ଇତିହାସ

ଓଡ଼ିଆ ଜାତିର ରଖିବାକୁ ମାନ

ବାଢ଼ି ଥିଲେ ଅଭିଳାଷ

ଗାଇ ଗୌରବର ଗାଥା

ସେଇ ମୋ ଜନନୀ ବୀର ପ୍ରସବିନୀ

ବନ୍ଦେ ଉତ୍କଳ ମାତା l


ସୂରୁଜ ଉଇଁଲେ ହସିଉଠେ ଯାର

ନଦନଦୀ ଗିରି ବନ

କମ୍ପି ଉଠେ ଯହିଁ ନିସ୍ତବ୍ଧତା ଭେଦି

କୋଇଲିର କୁହୁ ତାନ

ନଇଁ ଯାଏ ମୋର ମଥା

ସେଇ ମୋ ଜନନୀ ବୀର ପ୍ରସବିନୀ

ବନ୍ଦେ ଉତ୍କଳ ମାତା l


ଜଗନ୍ନାଥ ଯା'ର ଆରାଧ୍ୟ ଦେବତା

ଗୀତା ଭାଗବତ ପୁରାଣର କଥା

ପଖାଳ କଂସାର ଆକର୍ଷଣ ଯାର

ଦେଉଛି ମଧୁର ବାର୍ତ୍ତା

ସେଇ ମୋ ଜନନୀ ବୀର ପ୍ରସବିନୀ

ବନ୍ଦେ ଉତ୍କଳ ମାତା l 


ଯେଉଁଠି ବି ଥିଲେ ଯେମିତି ବି ଥିଲେ

ନ ଭୁଲିବୁ ତା ମମତା

ଜାତିକୁ ଆମର ଦେଇ ସନମାନ

କହିବା ଓଡ଼ିଆ କଥା

ସେଇ ମୋ ଜନନୀ ବୀର ପ୍ରସବିନୀ

ବନ୍ଦେ ଉତ୍କଳ ମାତା l


Rate this content
Log in