STORYMIRROR

Amulya Kumar Nayak

Others

4  

Amulya Kumar Nayak

Others

ବନ୍ଦେ ଉତ୍କଳ ବନ୍ଦେ

ବନ୍ଦେ ଉତ୍କଳ ବନ୍ଦେ

1 min
169


ପାରୁନାହିଁ ତୋତେ ଜାଣି

    ହଁ ଲୋ ଉତ୍କଳ ରାଣୀ

ଆଗଙ୍ଗା ଗୋଦାବରୀ ଯାଏ ଥିଲୁ

  ଛୋଟ କଲା ତୋତେ କେଉଁ ମଣି ? ।।


ତୁହି ତୀର୍ଥଭୂମି ତୁହି ଦେବଭୂମି

   ଜଗନ୍ନାଥ ଯା'ର ପୁରୁ

ପଚିଶ ଖଣ୍ଡ ଗଡଜାତ ନେଇ

  ରଚିଲୁ ତୋହର ମେରୁ ।।


ବତିଶ ହଜାର ଛଅ ଶହ

  ପଞ୍ଚାନବେ ବର୍ଗ ଭୂମି ନେଇ

୧୯୩୬ ଭାରତ ଶାସନେ

  ହେଲୁ ତୁ ଭତ୍କଳ ଭୂଇଁ ।।


ଜାତି ନନ୍ଦିଘୋଷ ଗଡିଲା ସେ'ଦିନ

   ସ୍ବାର୍ଥ ବି ପଡିଲା ବଳି

କୁଳବୃଦ୍ଧ ସଂଗେ କେତେ ମହାବୀର

   ହୋଇଲେ ଏକତ୍ର ମେଳି ।।


ଭାଷା ତୋ ଓଡିଆ ବେଶ ତୋ ଓଡିଆ

   ଭୂଷା ତୋ ଓଡିଆ ବୋଲି

ଜାତି ତୋ ଓଡିଆ ପ୍ରୀତି ତୋ ଓଡିଆ

   ବର୍ଣ୍ଣବୋଧ କହେ ଖୋଲି ।।


ଅକ୍ଷୀମୁଠି ଠାରୁ ଆରମ୍ଭ ତୋ ବେଶ

    ଅଗ୍ନି ଉତ୍ସବରେ ଶେଷ

କେତେ ଯାତ କେତେ ପରବ ଧରିଛୁ

   ସାଜି ଓଡିଆଣୀ ବେଶ ।।


ବନ୍ଦେ ଉତ୍କଳ ଜନନୀର ଗୀତ

   ଆଜି ଗାଉ ମୁକ୍ତ କଣ୍ଠେ

ଚଉଦିଗ ପରା ପଡୁଛି ଲୋ ହୁରୀ

    ବନ୍ଦେ ଉତ୍କଳ ବନ୍ଦେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍