ବନ୍ଦେ ଦେବୀ ଭଗବତୀ
ବନ୍ଦେ ଦେବୀ ଭଗବତୀ
• ବନ୍ଦେ ଦେବୀ ଭଗବତୀ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ----------- -------------------- ----------
• ସୁଲୁ ସୁଲୁ ବାଆ ଲହରୀ ଲହରୀ
• ବିଥିକା କୁଞ୍ଜେ ବହୁଛି
• ଆମ୍ର ତରୁର ନବ କିଶଳୟ
• ଗହଳ ଶାଖାରେ
• ପିକ କୁହୁତାନେ ଗାଉଛି ।।
• ମଳୟ ମରୁତ ଧରା ହିଲ୍ଲୋଳିତ
• ପୁଲକିତ କରି ଦେଉଛି
• ପକ୍ଷୀ ବସନ୍ତିଆ ଭଦଭଦଳିଆ
• ହଳଦି ବସନ୍ତେ
• ପ୍ରକୃତି ରଙ୍ଗେଇ ହୋଇଛି ।।
• ଚୋରା ବସନ୍ତର ଶୀତଳ ସମିର
• ରସାରେ ପ୍ରସରି ଯାଉଛି
• ଦେବୀ ବୀଣାପାଣି ବିଷ୍ଣୁଙ୍କ ଘରଣୀ
• ଆବାହନ ମନ୍ତ୍ରେ
• ଧରିତ୍ରୀ ପବିତ୍ର ଲାଗୁଛି ।।
• ବସନ୍ତ ପଞ୍ଚମୀ ପୂଣ୍ୟ ପ୍ରଦାୟିନୀ
• ମନକୁ ରଙ୍ଗେଇ ଦେଉଛି
• ପ୍ରିତୀ ପ୍ରଣୟ ର ମଧୁର ସୁନ୍ଦର<
/p>
• ବେଦୀରେ ଜୀବନ
• କୁସୁମିତ ହୋଇ ଯାଉଛି ।।
• ସ୍ମୃତି ର ସାଗର ତରୀ ଜୀବନର
• ଲହରୀ ମାଳାରେ ଭାସୁଛି
• ଭାବର ଦରିଆ ନାହିଁ ସାହା ରାହା
• ଜୀବନ ନଉକା
• ଶୂନ୍ୟକୁ ଆଶ୍ରୟ କରିଛି ।।
• ତଥାପି ଭରସା ତୋରେ ମା ସାରଦା
• ଶ୍ରୀପଦେ ଦୟିନୀ କରୁଛି
• ବିଦ୍ୟା ବରଦା ତୁହିମା ସୁଖଦା
• ଦେବୀ ବରପ୍ରଦା
• ତୋରେ ମୁଁ ଭରସା କରିଛି ।।
• ସୁନୀଳ ଫେନିଳ ପୂତ ପୟୋଧର
• ଧୁର୍ଜଟି ଜଟାରୁ ଝରୁଛି
• ସୁଜଳା ସୁଫଳା ସ୍ବର୍ଣ୍ଣ ପସରା
• ଶଶ୍ୟ ଶ୍ୟାମଳା
• ପରାଣ ବିହ୍ବଳ କରୁଛି ।।
• ବସନ୍ତ ଋତୁର ବାସନ୍ତୀ ତିଥିରେ
• ତୋ ସ୍ବାଗତ ଗୀତି ମୁଁ ଗାଉଛି
ବିଦ୍ୟା ବରଦା ଦେବୀ ବରପ୍ରଦା
ହଂସରୁଢା ଦେବୀ
ତୋ ପଦ ବନ୍ଦନା କରୁଛି ।।