STORYMIRROR

Jagannath Barik

Others

3  

Jagannath Barik

Others

ବନ୍ଦେ ଦେବ ଉମାପତି

ବନ୍ଦେ ଦେବ ଉମାପତି

1 min
253

ବନ୍ଦେ ଦେବ ଉମାପତି

ପତିତ ପାବିନୀ ଜାହ୍ନବୀ ପତି

ପ୍ରମଥପତି

ସର୍ବ ଭୂତଗଣ ପତି, ପ୍ରମଥପତି |

ବିପତ୍ତି ପତିଙ୍କ ପତି

ଚତୁର୍ବର୍ଣ୍ଣ ପତି କୈଳାସ ପତି

ଅମରପତି

ସଚର ଅଚର ପତି, ଅମରପତି |

ବିଦ୍ୟାପତି ଧନପତି

ନିଶାଚର ପତି ପନ୍ନଗ ପତି

ବିଭୂତି ପତି

ଭୂପତି ପତି ଶ୍ରୀପତି, ବିଭୂତି ପତି |

ଦଶ ମହାବିଦ୍ୟା ପତି

ବ୍ରହ୍ମାଣ୍ଡ ପତି ଚତୁର୍ଦ୍ଦଶ ପତି

ହେ ବ୍ୟୋମ ପତି

ଦୁର୍ଗା କାଳୀ ସତୀ ପତି, ହେ ବ୍ୟୋମ ପତି |

ଭୂତ ମହାର୍ଣ୍ଣବ ପତି 

ମହାକାଳ ପତି ଦେବାଧିପତି

ବୃଷଭ ପତି

କପର୍ଦ୍ଦି ଯୋଗାଧିପତି, ବୃଷଭପତି |

ନାଗେନ୍ଦ୍ର ନଗେନ୍ଦ୍ର ପତି

ରତିପତି ପ୍ରତିପତି ବିପତ୍ତି

ଚମଣ୍ଡା ପତି

ନବ ଦୁର୍ଗେଶ୍ୱରୀ ପତି, ଚମଣ୍ଡା ପତି |

ଦାନଵ ମାନବ ପତି

ଜଳପତି ପତି ଜ୍ଞାନାଧିପତି

ଶ୍ମଶାନ ପତି

ଋକ୍ଷ ଋକ୍ଷପତି ପତି, ଶ୍ମଶାନ ପତି |

କପାଳୀ ତ୍ରୈଲୋକ୍ୟ ପତି

ଅନ୍ତରୀକ୍ଷ ପତି ଐଶ୍ଵର୍ଯ୍ୟ ପତି

ଗନ୍ଧର୍ବ ପତି

ତାଣ୍ଡବ ପତି ସ୍ଥପତି, ଗନ୍ଧର୍ବ ପତି |

କଳା ବିଜ୍ଞାନର ପତି 

ଅଷ୍ଟାଦଶ ବିଦ୍ୟା ନବଧା ପତି

ହେ ଯୋଗୀ ପତି

ଯୋଗାରୁଢ଼ ବ୍ରହ୍ମଯତି, ହେ ଯୋଗୀ ପତି |

ଲଙ୍କା ଵିଲଙ୍କାଧିପତି

ସୀତାପତି ପତି ହୃଦ ସମ୍ପତ୍ତି

ବିଶ୍ୱ ଵ୍ୟାପତି

ଶଙ୍ଖପତି ଅନୁବ୍ରତୀ, ବିଶ୍ୱ ବ୍ୟାପତି |

ଦ୍ୱାଦଶ ଆଦିତ୍ୟ ପତି

ନବଗ୍ରହ ନବନିଧିର ପତି

ବସୁଙ୍କ ପତି 

ଶ୍ରୀପଦେ କରେ ଆପତ୍ତି, ବସୁଙ୍କ ପତି |



Rate this content
Log in