STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ବନ୍ଦ

ବନ୍ଦ

1 min
371


ଆଜି...ଭୋକ ବନ୍ଦ 

ଭେକ ବନ୍ଦ 

ଭିକ ବନ୍ଦ ,

ଶାନ୍ତି ବନ୍ଦ 

ଶ୍ୱସ୍ତି ବନ୍ଦ , ଶାନ୍ତ୍ବନା ବନ୍ଦ..!!


ବନ୍ଦ ଆଜି ହୃଦୟ ଫାଟକ 

ବନ୍ଦ ଗରିବର ଡ଼ାକ

ବନ୍ଦ ସମ୍ରାଟଙ୍କ ଆଖି ,ବନ୍ଦ ଈଶ୍ୱରଙ୍କ ସାକ୍ଷୀ..!!


ବନ୍ଦ ସ୍ୱର୍ଗକୁ ବାଟ 

ବନ୍ଦ ସୁଖ କିଣା ବିକା ହାଟ

ବନ୍ଦ ପ୍ରୀତି ନଈର ସେ ମଧୁଝରା ଘାଟ..!!


ଖୋଲା କେବଳ ରଙ୍ଗମଞ୍ଚ 

ଖୋଲା ମାଙ୍କଡ଼ ନାଚ ,

ଖୋଲା ମଧୁଶାଳା 

ଖୋଲା ମିଥ୍ୟା ପ୍ରତିଶ୍ରୁତି 

ଆଇନା ବାହାର ଅମଣିଷ ଡାକରା 

ବାଟେ ଘାଟେ ଖୋଲା

ଯା' ମୁହଁ ସାରା ଛଳନା କଳା ରଙ୍ଗବୋଳା..!!


ଖୋଲା ନୀଳ ଆକାଶ ଛାତି

ଖୋଲା ଜ୍ୟୋତ୍ସ୍ନା ବିଚ୍ଛୁରିତ ରାତି

ଖୋଲା ପଞ୍ଜରା କୋରଡ଼ ତାତି

ଖୋଲା ମାଟିର ମହକ, ଝରଣାର ଗତି..!!


କିନ୍ତୁ ସବୁ ପରେ 

ବନ୍ଦ କେବଳ ଆମେ ,

ଆମ ନଜରରେ- ଆମରି ଭିତରେ..!!





Rate this content
Log in