ବନ ଦହନ
ବନ ଦହନ
ନିଆଁ ସବୁ ଜଳାଏ ଏତ ନିଃସନ୍ଦେହ
ସମସ୍ତେ ଜୋର କରି କହୁଥିଲେ ଦିନେ
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ପୋଡ଼ିଗଲେ ଜାଣିବ କିଏ ?
ଦେଖୁନ କେମିତି ଅଗ୍ନି ତାଣ୍ଡବ
ଗ୍ରାସି ଚାଲିଛି ବନ କାନନ
ବିକଳ ଚିତ୍କାର କରୁଛି ମନ
ବଞ୍ଚି ଯାଉ ଦୁନିଆ ଲିଭି ଯାଉ ନିଆଁ
ବନସ୍ପତି ପୁଣି କେଉଁ ଦୋଷରେ ଦୋଷୀ
ଆଉ କେତେ ଦିନ ଡହ ଡହ ଝୁଲରେ ଜୀବନ
ଆକୁଳ କ୍ରନ୍ଦନ ସମସ୍ତ ଜୀବ ଜଗତର
ତତଲା ପବନରେ ନିରବି ଯାଉଛି ଧୀରେ
ବୃଷ୍ଟି ହେଉ କିଛି କ୍ଷଣ ଗହନ ବନରେ
ଶୀତଳ ଜଳରାଶି ନିର୍ବାପିତ କରି ଦେଉ
ଧ୍ୱଂସାଭିମୁଖୀ ଵହ୍ନିର ମତ୍ତଗଜ ଯାତ୍ରା
ଏବେ କିନ୍ତୁ ରୀତିମତ ଜଳି ଚାଲିଛି ଜଙ୍ଗଲ
ଅସମର୍ଥ ଅଗ୍ନି ବିପନ୍ନ ଜୀବନ
ଭେଦି ପାରୁନି ଲେଲିହାନ ଦହନ
ପ୍ରୟାସ ର ଅବାରିତ ଧାରା
ନିଶ୍ଚେ ଶୀତଳ କରିବ ପ୍ରତି ଦଗଧ୍ ପ୍ରାଣ
ସଭିଏଁ ମିଶି କରିବା ନିଶ୍ଚେ ସାଧ୍ୟ ମତେ ପ୍ରଯତ୍ନ
କ୍ଷାନ୍ତ ହେବ ଜ୍ୱଳନ୍ତ କ୍ଷୁଧା ରକ୍ଷା ହେବ ମନ ବନ ।।
