ବଳକା ଆୟୁଷ
ବଳକା ଆୟୁଷ
1 min
13.6K
ଆସିବାର ଅନ୍ୟନାମ ଘଟପରିବର୍ତ୍ତନ
ଚିହିଁକି ଉଠିଲା ସମାନତାର ମାପଦଣ୍ଡ
ଦଣ୍ଡାୟମାନ ନିର୍ଲିପ୍ତ ଆଖି ଯୋଡିକ
ଠାଏଠାଏ ଗର୍ଜୁଥିଲା ହିଆ
ହିସାବ ସରିକି ଫେରିବାର ଥିଲା
ପଶ୍ଚ୍ୟାତାପର ଦଗ୍ଧ ହେବା ଭୟ
ତ୍ରିବେଣୀସଂଗମର ଅଂଗୀକାରବଦ୍ଧତା
ଗର୍ଜୁଥିଲା ସପ୍ତଫେଣୀ ସମ
ତାରକା ମେଳରେ ଖଚିତ ଗଭୀର ଅମାବାସ୍ୟା
ଆକଟ କରିବ ଚନ୍ଦ୍ରମାର ହସ
ବଳେଇଦବ ବଳକା ଆୟୁଷ
ସରିକି ଶୋଇବ ଅପୁତ୍ରିକ ଧରଣୀ
ଗଭୀର ରାତିଟା ଗହରୋଉ ଥିବ
ପ୍ରତାପ ନାୟକ
