ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ
ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ
1 min
13.4K
ହଜାର ହଜାର ଶିକ୍ଷକଙ୍କ ପ୍ରତି,
ଖେଳୁଅଛି ସରକାର,
ଲଣ୍ଠନ ଦେଖାଇ ଶିକ୍ଷକମାନଙ୍କୁ,
କରୁଅଛି ଭ୍ରଷ୍ଟାଚାର ।।
ସମାନ କାମ ପାଇଁ ସମାନ ଦରମା,
କୁଆଡେ ଗଲା ସେ ନୀତି,
ମଦୁଆଙ୍କ ଭଳି ସରକାରଙ୍କର,
ଭ୍ରମ ଅଛି ବୋଧେ ମତି ।।
ଅନାନ୍ୟ ବାଟରେ ଖର୍ଚ୍ଚ କଲାବେଳେ,
ରହିଛି ଅନେକ ପାଣ୍ଠି,
ଶିକ୍ଷକଙ୍କ ଦୁଃଖ ଶୁଣିଲା ବେଳକୁ,
ପଡିଯାଏ ତାହା ଗଣ୍ଠି ।।
ନିଜ ହକ୍ ପାଇଁ ଦାବି କରୁଛନ୍ତି,
ମାଗୁନାହାନ୍ତି ସେ ଭିକ୍ଷା,
ତଥାପି ସର୍କାର ତାଙ୍କ ପ୍ରତି ବହୁ,
କରୁଅଛି ଅଣଦେଖା ।।
ପରୋକ୍ଷରେ ନଷ୍ଟ କରେ ସରକାର.
ପିଲାଙ୍କର ଭବିଷ୍ୟତ.
ଏଭଳି ଆମର ସରକାରଙ୍କୁ ମୋ.
କୋଟି କୋଟି ଦଣ୍ଡବତ ।।
@ବିଜୟନଗର,ଗଣିଆ, ନୟାଗଡ଼
