ବକ ପଂଚକ
ବକ ପଂଚକ
ଆ କା ମା ବୈ ଆମ ଧର୍ମ ମାସ ଚାରି
କାର୍ତ୍ତିକ ମାସଟି ତହିଁ ମଧ୍ୟେ ଅଟେ ଭାରି ।
ଶୈବ ବୈଷ୍ଣବ ଜନଂକ ମାସ ଅତି ପୁଣ୍ୟ
ପ୍ରାତରୁ ସ୍ନାହାନ ଦେବାଳୟରେ ଭଜନ ।
କାର୍ତ୍ତିକ ମାହାତ୍ମ୍ଯ ବିଷ୍ଣୁ ଶହସ୍ର ନାମରେ
ଭାଗବତ ପାଠ କାହିଁ ପୁରାଣ ପାଠରେ ।
ଶୁକ୍ଳ ପକ୍ଷ ଶେଷ ପାଞ୍ଚ ଦିନଟି ପଞ୍ଚକ
ବକ ପଞ୍ଚକ ନାମରେ ପ୍ରସିଦ୍ଧ ସେ ଅଙ୍କ ।
ବିଶେଷ ପ୍ରସ୍ତୁତି ନିରାମିଶ ଭକ୍ଷଣର
ବିନା ପିଆଜ ରସୁଣ ସାତ୍ତ୍ଵିକ ଆହାର ।
ମନ୍ଦିରେ ମନ୍ଦିରେ ଚାଲେ ପ୍ରସାଦ ବଣ୍ଟନ
ପୁଣ୍ୟ ପ୍ରାପ୍ତି ଲାଗି ହୁଏ ଅନ୍ନ ବସ୍ତ୍ର ଦାନ ।
ହବିଷ୍ୟାଳି ଡାଲମାରେ ସାରୁ ମୁଗ ଜାଇ
କଦଳୀ କଖାରୁ ସଂଗେ ଖମ୍ବ ଆଳୁ ଥୋଇ ।
ତ୍ରୟୋଦଶୀ ଶିବ ମନ୍ଦିରରେ ବଡ ଓଷା
ଚତୁର୍ଦ୍ଦଶୀ ଦେଶ ପାଳେ ଶିବଂକ ଭରଷା ।
ପୂର୍ଣ୍ଣମୀ ପ୍ରାତରୁ ନୌ ବାଣିଜ୍ୟ ଉତ୍କଳର
କାଗଜ ଡଙ୍ଗା ଭସାଇ ଅସ୍ମିତାକୁ ସ୍ମର ।
ଜାଭା ସୁମାତ୍ରା ବାଲିକୁ ମେଲାଇ ଅଝାଲ
ପୂର୍ବଜ ଆମର କରୁଥିଲେ ଅନୁକୁଳ ।
କଟକର ବାଲିଯାତ୍ରା ମହାନ ସଂସ୍କୃତି
ରାଜ୍ୟ ମହୋତ୍ସବ ସମ୍ମାନରେ ସ୍ମରେ ଜାତି ।
ମହାନଦୀ ବାରବାଟୀ ଦୁର୍ଗ ବାଲିଯାତ୍ରା
ତ୍ରିକୋଣୀୟ ଗଉରବ ଗାଥା ମହାଯାତ୍ରା ।
ପଞ୍ଚ ଦେବ ପଞ୍ଚନ୍ଦ୍ରିୟ ପଞ୍ଚଭୂତ ପରି
ପଞ୍ଚକ ପାଳିବା ଆମେ ଅସ୍ମିତା ସୁମରି ।
