STORYMIRROR

Sanjay kumar Panda

Others

3  

Sanjay kumar Panda

Others

ବଜରପାତ ଗାଥା

ବଜରପାତ ଗାଥା

1 min
122



ଜେଜେଙ୍କୁ ଦେଖି   ଖୁସି ମନରେ

ଆସିଲା ମୁନା ଧାଇଁ,

କହିଲା ଜେଜେ   ତୁମେକି ଆଜି

ଗପ କହିବ ନାହିଁ ।


ଗପ ବଦଳେ   ଆଜି ମୁଁ ତୋତେ

କହିବି ଏକ କଥା,

ପ୍ରକୃତିର ଏ   ବିକଟ ରୂପ

ବଜରପାତ ଗାଥା । 


ବଜରପାତ   ମହାବିତ୍ପାତ

କ୍ଷଣିକେ ଜୀବନ ନିଏ,

ଏଥିରୁ ରକ୍ଷା   ପାଇବା ଲାଗି

ଉପାୟ ବତାଇ ଦିଏ ।


ଖୋଲା ସ୍ଥାନରେ   ରହିବ ନାହିଁ

କିଳିବ କବାଟ ଘରେ,

ଛାତ ଉପରେ   ବୁଲିବ ନାହିଁ

ଝଡିବର୍ଷା ସମୟରେ ।


ସବୁଠୁ ବେଶୀ   ବିପଦ ଥାଏ

ବଡ଼ ବଡ଼ ଗଛ ମୂଳେ,

ଯହିଁ ସମ୍ଭବ   ଦୂରେଇ ଯିବ

ଜମା ଯିବ ନାହିଁ ଜଳେ ।


ବିଦ୍ୟୁତ ତାର   ଉପକରଣ

ପାଶେ ଚଳିବ ନାହିଁ

ଲୁହା ତମ୍ବାଦି   ଧାତବ ଦ୍ରବ୍ଯ

ହାତେ ଧରିବ ନାହିଁ ।


ମୋବାଇଲ ଓ   ଫ୍ୟାନ୍ ଲାଇଟି

ଟିଭି ଖୋଲିବ ନାହିଁ,

ମନେ ପକାଇ   ବନ୍ଦ କରିବ

ଜମା ଭୂଲିବ ନାହିଁ ।


ନିର୍ଜନ ସ୍ଥାନେ   ରହିଛ ଯଦି

ପାଉନ କିଛି ବୁଦ୍ଧି,

କାନରେ ହାତ   ଦେଇଣ ବସ

ଦୁଇ ଗୋଇଠି ଛନ୍ଦି ।


ତଥାପି ଯଦି   ଆଘାତ ହୁଏ

ନିଜେ ବା ଅନ୍ୟ କେହି,

ସହଳ ନେବ   ଡାକ୍ତରଖାନା

ହେଳା କରିବ ନାହିଁ ।


ଏତିକି କହି   ଜେଜେ ଚଳିଲେ

ଠାକୁର ଘର ଆଡ଼େ,

କହିଲେ ମୁନା   ଅଙ୍କ କଷୁଥା

ମୁଁ ପୁରାଣ ଯାଇ ପଢେ ।


ମୁନା ଯେ କିନ୍ତୁ   ଭାବିଲା କାଲି

ସ୍କୁଲ ଯେବେ ଯିବି,

ସବୁ ବନ୍ଧୁଙ୍କୁ   ପାଖକୁ ଡାକି

ଏକଥା ବୁଝାଇ ଦେବି ।।


ସଞ୍ଜୟ କୁମାର ପଣ୍ଡା

ରକ୍ତତୀର୍ଥ ଇରମ,ଭଦ୍ରକ


Rate this content
Log in