ବିଷୁବକୁ ପଦେ
ବିଷୁବକୁ ପଦେ
1 min
204
ଏମିତି ବିଷୁବ ଦିନେ ଆସିବ କି ଆଉ କେବେ
ଖରାଦିନ ଦୀପହରେ ଧୂଳିଧୁସରିଆ ପବନରେ
ମଲ୍ଲି ଫୁଲର ବାସ୍ନାକୁ ନେଇ
ବସନ୍ତ୍ରର ଲେଉଟାଣି ବେଳ ଜଣେଇ ଦେବାକୁ,
ଖବରକାଗଜ଼ରେ ପଢ଼ିଥିଲି
ଏ ବର୍ଷ ବିଷୁବର କବିତା ଆସର
ଖୁବ ଭଲ ଜମିବ ବୋଲି,
ଝୀଂଇଝାଇଁ ଖରା
ପାଣିଟୋପେ ପାଇଁ
ସବୁ ହଁନ୍ତ ସନ୍ତ,
ତା ସାଙ୍ଗକୁ ବୈଶାଖ ତାତି
ତଥାପି ଅଳିକ ସ୍ବପ୍ନ ହେଲେ ହେ
ମୁଁ ଅନେଇ ରହିଥିବି ସେହି ବିଷୁବକୁ କ୍ୟାଲେଣ୍ଡରର
ପୃଷ୍ଠା ଓଲଟେଇ।
