STORYMIRROR

PUSPALATA SAHOO

Others

3  

PUSPALATA SAHOO

Others

ବିଷୁବ

ବିଷୁବ

1 min
333

ଦିବାକର ଯେବେ ଅବସ୍ଥାପିତ ହୁଅନ୍ତି

ପୃଥିବୀର ମଧ୍ୟଭାଗରେ

ବିଷୁବରେଖା ଉପରିସ୍ଥରେ

ଟାଣ ଖରା ପଡେ ଏଠି

ଆସେ ବିଷୁବ ସଂକ୍ରାନ୍ତି

ସୂଚାଇ ଦେଇ ଧରାକୁ

ଗ୍ରୀଷ୍ମକୁ ସାଥିରେ ଧରି

ହେ! ବିଷୁବ ତୁମେ ଆସ.......

ସବୁରିପ୍ରାଣରେ କ୍ଳେଶରଛାୟା ଭରି

ଜଳନ୍ତା ଅଗ୍ନିର ବର୍ଷାକୁ ସ୍ୱାଗତକରି ।।୧।।

ବୈଶାଖର ଝାଞ୍ଜି ବାଆ

ମନକୁ ଆନ୍ଦୋଳିତ କରେ

କ୍ଲାନ୍ତ ଶାନ୍ତ ଶରୀର ରେ ଥକା ପଣ

ଧରିତ୍ରୀର ଶୁଷ୍କ ବିଷର୍ଣ୍ଣ ବଦନ

ଝାଉଁଳା କୁମୁଦିନୀର ମୁଖ

ରକ୍ତ ରଞ୍ଜିତ କୃଷ୍ଣଚୁଡାର ରଙ୍ଗରେ

ହେ!!!ବିଷୁବ.....

ତୁମକୁ ଆବାହନ କରେ ମାନବ

ହଜିଲା ବସନ୍ତକୁ ବିଦାୟ ଦେଇ।।

ବିଷୁବ ମିଳନର ପର୍ବ ଆଉ

ଜଳଛତ୍ର, ପଣାର ମିଠା ସ୍ଵାଦରେ

ତୁମେ ଭରିଦିଅ ଶୁଷ୍କ ପ୍ରାଣରେ ବଞ୍ଚିବାର ଆଶା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍