STORYMIRROR

Prasanta Sahu

Others

4  

Prasanta Sahu

Others

ବିଷୁବ ବେଳାରେ

ବିଷୁବ ବେଳାରେ

1 min
438


    ପଲ୍ଲୀ ଗୀତି


ଦେଖ ବଉଳ ଗୋ ,

ବସନ୍ତର ନଭ  ଭରି ସେ କୃଷ୍ଣାଭ

    ଝଟକେ ତାରା ଆଭାରେ 

ଭସା ବଉଦଟା  କରେ ହଟହଟା

    ଲଗାଇ ଭାବ ମନରେ ।୧।


 ଦେଖ ବଉଳ ଗୋ ,

ଚାନ୍ଦିନୀ ରାତିର  କେତକୀ ବିଧୁର

    ଅଙ୍କୁରିତ ହୃଦ ବନେ

 ଝୁରେ ଏକାନ୍ତରେ  ନୋଦିତ ବେଳାରେ

    ଅଧୀର ପ୍ରିୟ ବିହୁନେ ।୨।


ଦେଖ ବଉଳ ଗୋ ,

ଚଇତାଳି ତାତି  ସଂଚରେ ଏମିତି

    ପତର ଲୁହର ଧାରେ

ବୀତନିଦ୍ର ରାତି  ଉଦାସରେ ବିତି

    ବିଲୋକିତ ପ୍ରଭାତରେ ।୩।


ଦେଖ ବଉଳ ଗୋ ,

 ଆସିଲେ ଅରୁଣ  ହୋଇ ସେ ରଙ୍ଗିନ

    ବିଶଦଭାନୁଙ୍କୁ ଠାରୀ

ମୃଦୁ ମଳୟର  ପରଶେ ବିଭୋର

    -କରାଇ ନବ ମଞ୍ଜରୀ ।୪।


ଦେଖ ବଉଳ ଗୋ ,

ବସନ୍ତ ମଗନ  ଶୁଣି କୁହୁ ତାନ 

   ରଞ୍ଜାଇ ଲହୁଲି ଧରା

ଭରିଛି ପୁଲକ  ବିଷୁବ ଝଲକ

   ବାଜେ ପ୍ରେମ ଏକତାରା ।୫।



Rate this content
Log in