ବିଷମୁକ୍ତ
ବିଷମୁକ୍ତ

1 min

330
ମାଟିରୁ ଆକାଶ
ପାଣିରୁ ପବନ
ଦେହରୁ ଦେବାଳୟ
ମନରୁ ମଗଜ
ସବୁ ପାଲଟିଛି ଜହର
କାହିଁ ସେ ଅମୃତ ସାଗର
ଯେଉଁଠି ଖୋଜିବି ଈଶ୍ୱର?
ନିଃଶ୍ୱାସ ପ୍ରଶ୍ୱାସରେ ବିଷ
ଖାଦ୍ୟ ପାନୀୟରେ ବିଷ
ଶଦ୍ଦରେ ଶଦ୍ଦରେ
ରକ୍ତରେ ରକ୍ତରେ ଖେଳୁଛି ବିଷ
ବିଷମୟ ହେଉଛି ଜୀବନ,
ଅଗ୍ନିପରି ଏ ବିଷର ଜ୍ୱଳନକୁ
ହେ ଈଶ୍ୱର!
କେବେ ନୀଳକଣ୍ଠ ପରି କରିବ ଆକଣ୍ଠ?
ଅମୃତ ସାଗରରେ ରହି
ଶରୀର କଳସ ଭିତର
କାହିଁକି ଭରିଛ ବିଷ,
ପୁତନା ରାକ୍ଷସୀ ପରି ମଣିଷଙ୍କଠୁ
କେବେ ଟାଣିନେବ ସବୁ ଜହର?
ଆଉ ଲହଡି ନ ଭାଙ୍ଗୁ ବିଷ
ହେ ଜୀବନ ସାଗର ଅଧିପତି
ବିଷମୁକ୍ତ କର ଏ ଭବସାଗର।