ବିଷାକ୍ତ ସହର
ବିଷାକ୍ତ ସହର
ରାଜ୍ୟର ରାଜଧାନୀ ସିଏ ମନ୍ଦିର ମାଳିନୀ,
କୁସଳ ସହର ସେ ସହରେ ରାଜନନ୍ଦିନୀ ।
ଲିଙ୍ଗରାଜ, ଧଉଳି , ଖଣ୍ଡଗିରି, ଉଦୟଗିରି,
ଈଶକନ୍ ଏଇଠି ପୁୁିଣ ଏଠି କେଦାର ଗୌରୀ ।
କେତେ ଯେ ଆଧ୍ୟାତ୍ମିକ ଚିନ୍ତା, ଚେତନାର ପୃଷ୍ଠଭୂମି ,
କେତେ ଯେ ଦେବା ଦେବୀଙ୍କ ଐତିହ୍ୟ କର୍ମଭୂମି ।
କେତେ ମସଜିଦ , ଇଦଗାହ, ଚର୍ଚ୍ଚର ସମାହାର,
ରୁଣ୍ଡ ଏଠି କେତେ ଯେ ଅମୂଲ୍ୟ ଉପହାର ।
ଦୟାର ଶ୍ରୀ ଚରଣେ ଉତ୍ପତ୍ତି ଏଇ ସହରର ,
ଚନ୍ଦକା ବନକୁ ନନ୍ଦନକାନନ ଅନ୍ତ ତା'ର ।
ଶାନ୍ତିସ୍ତୁପ ଧାରି ଶାନ୍ତିର ସହର ,
ସାଜିଛି ଆଜି ବିିିଷର ଗନ୍ତାଘର।
ମଦ, ଗଞ୍ଜେଇ ,ଚରସର ଚାଲେ ଦିନ ରାତି ବ୍ୟାପାର,
କିଣାବିକା କରିବାକୁ ସଯାଗ ମାଳ ମାଳ ଠିକାଦାର ।
ଯୁବ ପିଢ଼ି ଧସି ଚାଲିଛି ନିଶାର ଗହ୍ୱରରେ ,
ମାନବିକତା ଭୂଲି ଲୁୁଟେରା ସାଜିଛି ଗଳିକନ୍ଦିରେ ।
ଗାଡିରୁ ଭିଡ଼ି ,ଗଳାରୁ ଚେନ୍ ଛିିିିଡେଇ ଦଉଛି ,
ବନ୍ଧୁକ ମୁୁନରେ ଟଙ୍କା ପଇସା ଛଡେଇ ନଉଛି ।
କେତେ ସବୁୁଜ ସଂସାର ଉଜୁଡି ଗଲାଣି ,
ପ୍ରସ୍ଫୁୁଟିତ କୋଳ ଅବେଳରେ ଶୂନ୍ୟ ହେଲାଣି ।
ମାତୃହୀନ ଆଜି ଅଗଣିତ ନିରୀହ ଅଭିଳାଷା ,
ପାରୁନାହାନ୍ତି ବୁଝି ଆକସ୍ମିକ ମୃତ୍ୟୁର ପରିଭାଷା ।
ନିଶା ପୁଣି ଗିଳିଲାଣି ନାରୀର ନାରୀତ୍ୱ ଆଉ ଆତ୍ମ ସମ୍ମାନ,
ବିଳିବିଳାଉଛିି ରଜନୀ ସାଉଁଟି ଅସହ୍ୟ ଅପମାନ।
ଖୋଜୁଛି ଗଳି ତାର ,ହଜିଯାଇଥିବା ଶ୍ରୀ ସମ୍ପନ୍ନ ଅତୀତ ,
କଂକ୍ରିଟ୍ ସ୍ତମ୍ଭଗୁଡିିକରେ ଦବି ଯାଇଥିବା ସତୀତ୍ୱ ।
ଆଉ କି ଉଦିତ ହବ ତା' ମସ୍ତକେ ଶାଳୀନତାର ପ୍ରଭାକର ,
ଫେରି କି ପାଇବ ସିଏ ଆଭୂଷଣ ସରଳତାର ।
