STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ବିଷ ମିଶା ମନ

ବିଷ ମିଶା ମନ

1 min
14.1K


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ରାଗ-ବସନ୍ତ,ତାଳ-ଏକତାଳି


ସଞ୍ଜ ସକାଳେ ତୁମରି ନାମ

ପ୍ରଭୁ ହେ ଜପୁଛି ଆକୁଳେ ଡାକୁଛି

ଫିଟାଅ ଭବ ବନ୍ଧନ

ସଞ୍ଜ ସକାଳେ…।।

ତୁମେ ତ ଅପରା ତୁମେ ଅଟ ପରା

ତୁମେ କୃଷ୍ଣା, ରାଧା ତୁମେ ପୁଣି ମୀରା,

କିଏ କେଉଁ ସ୍ତୁତି କରେ ହେ ଶ୍ରୀପତି

ତୁମେ ତ ଭକତ ଅଧିନ

ସଞ୍ଜ ସକାଳେ…।।

ଯା’ମନ ଯେପରି ତା ପାଇଁ ସେପରି

ମଧୁର ମଳୟ ଆସଇ ଲହରୀ,

ନୀଚମନା ବିଷ ସୁମନା ପୀୟୂଷ

ହତଶିରି ; ସନମାନ

ସଞ୍ଜ ସକାଳେ…।।

ବିପରିତ ଆଜି ଘଟେ ଧରଣୀରେ

ମଣିଷ ପିଶାଚ ବିଚରେ ମହୀରେ,

କେତେ ଡାକିଲିଣି ଶୁଣ ଗୁଣମଣି

ମୁକତି ମନାସେ ଧନ

ସଞ୍ଜ ସକାଳେ…।।

ନାହିଁ ଆଉ ଧର୍ମ ସର୍ବେ ଅଧରମ

ବାଟରେ ଗଲେଣି, ବିଷ ମିଶା ମନ,

ଦୟାକର ନାଥ ପ୍ରଫୁଲ୍ଲ ଆରତ

ଶୁଣ ଜଗତ ଜୀବନ

ସଞ୍ଜ ସକାଳେ…।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍